-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
01-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ସହର ସ୍ଥିତ ଖଜୁରଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଗତ ମାର୍ଚ୍ଚ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ରାଉରକେଲା ଠାରେ ଅନୁଷ୍ଠିତ ହୋଇ ଥିବା ଜାତୀୟ ଯୋଗାସନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ପରିମିତା ମାଝୀ, ଅଙ୍କିତ କୁମାର ଧରୁଆ ଓ ନିଖିଳ ଦେବତା ସ୍ବର୍ଣ୍ଣପଦକ ଲାଭ କରି ବିଦ୍ୟାଳୟ ସହ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । କ୍ରୀଡ଼ା ଶିକ୍ଷୟିତ୍ରୀ ଝରଣା ଦାସଙ୍କ ତତ୍ତ୍ବାବଧାନରେ ଛାତ୍ର ଛାତ୍ରୀ ମାନେ ଜାତୀୟ ଯୋଗାସନ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିଲେ । ଏହି ସଫଳତା ନିମନ୍ତେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଅଭିଭାବକ ଅଭିଭାବିକା ମାନଙ୍କ ସହ ଶିଶୁ କିଶୋର ପତ୍ରିକା ଯୁଗୋପଯୋଗୀ ସୁବର୍ଣ୍ଣଦୀପର ସଂପାଦକ ପ୍ରଦୀପ୍ତଭାନୁ ମହାନ୍ତି କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।