-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||     

HOME   ଜିଲ୍ଲା

ଓଡିଶାଦିବସରେ କୋସଲ୍‌ତାତି,ଶତାଧିକ କୋସଲବାଦୀ ଅଟକ

01-Apr-2025



ବଲାଙ୍ଗୀର(ପ୍ରେରଣା ଖବର)-ଆଜି ସାରା ରାଜ୍ୟରେ ଅପ୍ରେଲ ୧ ତାରିଖକୁ ଓଡିଶା ପ୍ରତିଷ୍ଠାଦିବସ ଭାବରେ ପାଳନ କରାଯାଉଛି । ତେବେ କୋସଳାଞ୍ଚଳର ୧୦ଟି ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ଓଡିଶା ଦିବସକୁ ବିରୋଧ ପ୍ରଦର୍ଶନ କରାଯାଇଛି । ବିରୋଧକାରୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ବଲାଙ୍ଗୀର,ବରଗଡ,ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ସଂଖ୍ୟାରେ କୋସଲବାଦୀ ଗିରଫ ହୋଇଥିବା ସୂଚନା ମିଳିଛି । କୋସଳାଞ୍ଚଳର ୧୦ଟି ଜିଲ୍ଲାର ଲୋକ ଅଭିଯୋଗ କରୁଛନ୍ତି ଯେ,୧.୧.୧୯୪୮ରେ ଗଡଜାତ ମିଶ୍ରଣ ହୋଇ ଓଡିଶାସହିତ ଏହି ଅଞ୍ଚଳକୁ ମିଶାଯାଇଥିଲା । କିନ୍ତୁ ପରେ ପରେ ଏହି ଅଞ୍ଚଳକୁ ଅବହେଳିତ କରି ରଖାଯାଇଛି । ବିକାଶ ପ୍ରସଙ୍ଗକୁ ଦେଖିଲେ ଉପକୂଳ ଅଞ୍ଚଳରେ ସର୍ବାଧିକ ଅନୁଦାନ ଖର୍ଚ୍ଚ କରାଯାଉଥିବା ବେଳେ ପଶ୍ଚିମାଞ୍ଚଳକୁ ଅବହେଳିତ କରି ରଖାଯାଇଛି । ସେଥିପାଇଁ ସାମାଜିକ,ଅର୍ଥନୈତିକ ସ୍ତରରେ ଅନୁନ୍ନତ ହୋଇରହିଛି । ସେହି କାରଣରୁ ଗତ ୧୯୮୦ ଦଶକରୁ ସ୍ୱତନ୍ତ୍ର କୋସଳରାଜ୍ୟ ଗଠନ ଦାବି ହୋଇଆସୁଛି । ଏବେ ଏବେ କୋସଲରାଜ୍ୟ ଦାବି ଆହୁରି ଯୋର ହୋଇଛି । ଏହି ଅଞ୍ଚଳର ଶହଶହ ଯୁବସଂଗଠନ କୋସଲରାଜ୍ୟ ଗଠନ ଦାବିନେଇ ଜିଲ୍ଲାଠୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ନେଲେଣି । ଏବେ ରାଜ୍ୟରେ ଶାସନ ପରିବର୍ତ୍ତନ ହୋଇଛି । ତେଣୁ ଏଥର ରାଜ୍ୟସରକାର କୋସଲବାଦୀଙ୍କୁ ଗିରଫଦାରୀ ଆରମ୍ଭ କରିଛନ୍ତି । ଓଡିଶାଦିବସକୁ କୋସଲସମନ୍ୱୟ ସମିତି ପକ୍ଷରୁ ବିରୋଧ କରାଯିବାକୁ ଏହାର ଅଧ୍ୟକ୍ଷ ପ୍ରମୋଦକୁମାର ମିଶ୍ର ଭିଡିଓବାର୍ତ୍ତା ଜରିଆରେ ଆହ୍ୱାନ ଦେବାପରେ ପୋଲିସ ତାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ସକାଳ ୬ଟାରୁ ବିଭିନ୍ନ ସ୍ଥାନରୁ କୋସଲବାଦୀଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ବଲାଙ୍ଗୀର ସହରରେ କୋସଲବାଦୀ ରବି ମିଶ୍ର,ରଣରାଜ ସିଂଦେଓ,ମନୋରଂଜନ ସାହୁ,ପ୍ରଭାସ ମିଶ୍ର,ଏଡଭୋକେଟ ପ୍ରସନ୍ନ ନେଗୀ,ବିଭୁଦତ୍ତ ମିଶ୍ରଙ୍କୁ ଟାଉନଥାନାକୁ ଆଣି ଅଟକ ରଖାଯାଇଛି । ଠିକ ସେହିପରି ବେଲପଡାରେ କୋସଲବାଦୀ ଅଚ୍ୟୁତ ସିପୁନ ଖମାରୀଙ୍କ ନେତୃତ୍ୱରେ ୧୫ଜଣ ଓ ପାଟଣାଗଡରେ ଗିରିରାଜ ଭୋଇଙ୍କ ନେତୃତ୍ୱରେ  ଓଡିଶାଦିବସକୁ ପ୍ରତିବାଦ କରିବାକୁ ଥିବା ୨୦ଜଣଙ୍କୁ ପୋଲିସ ଗିରଫ କରିଛି । ତୁଷୁରାରେ ମଧ୍ୟ ୫ଜଣ,ଲରମ୍ଭାରେ ୩ଜଣ ଗିରଫ ହୋଇଛନ୍ତି ବୋଲି ସୂଚନା ମିଳିଛି । ଖୋଦ ଅତିରିକ୍ତ ଏସପି ଆଲୋକ ଜେନା ଏହାକୁ ମନିଟରିଂ କରୁଛନ୍ତି । ଏପର୍ଯ୍ୟନ୍ତ ମୋଟ ୩୩ଜଣଙ୍କୁ ବିଭିନ୍ନ ଥାନା ଅଞ୍ଚଳରୁ ଉଠାଇ ଅଟକ ରଖାଯାଇଛି ବୋଲି ଅତିରିକ୍ତ ଏସପି ଶ୍ରୀ ଜେନା କହିଛନ୍ତି । ତେବେ ପୋଲିସର ଏହି ଗିରଫଦାରୀକୁ କୋସଲବାଦୀ ସଂଗଠନ ପକ୍ଷରୁ ତୀବ୍ରନିନ୍ଦା କରାଯାଇଛି । ଲୋକଙ୍କର ଗଣତାନ୍ତ୍ରୀକ ସ୍ୱରକୁ ଚପାଇବାକୁ ରାଜ୍ୟର ଭାଜପା ସରକାର ପୋଲିସ ଲଗାଇ ଗିରଫଦାରୀ ଚଳାଇଛି ବୋଲି ଅଭିଯୋଗ କରାଯାଇଛି । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ କୋସଲବାଦୀ ଅଚ୍ୟୁତସିପୁନ ଖମାରୀ ତୀବ୍ରନିନ୍ଦା କରିଛନ୍ତି । ସେପଟେ ଆଜି ସକାଳୁ କୋସଲସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ଥିବା ପ୍ରମୋଦ ମିଶ୍ରଙ୍କୁ ପୋଲିସ ଖୋଜୁଛି । ତାଙ୍କ ଘରବାହାରେ ତାଲା ପଡିଥିବାରୁ ତାଙ୍କୁ ପୋଲିସ ନପାଇ ଫେରିଆସିଥିବା ଜଣାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026

You Might Also Like