-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
06-Mar-2025
ଆଗଲପୁର (ପ୍ରେରଣା ଖବର)ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ମାଷ୍ଟର
ଟ୍ରେନର୍ ତପସ୍ୱିନୀ ଦାସ ଯୋଗ ଦେଇ ଆତ୍ମରକ୍ଷା ତାଲିମର ଉପାଦେୟତା ବୁଝାଇବା ସହିତ ଛାତ୍ରୀଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଶିଖାଇ ଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ଯମରେ ସ୍କୁଲଛାତ୍ରୀଙ୍କ ମାଧ୍ୟମରେ ନିଜର ସୁରକ୍ଷା ଓ ଆତ୍ମ ମନୋବଳ
ବୃଦ୍ଧିକରାଇ ପାରିବ ଓ ସମାଜରେ ବାଳିକା ମନେ ସୁଦୃଢ଼ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ଉପସ୍ଥିତ ଅତିଥି ବୃନ୍ଦ ମତାମତ ରଖି ଥିଲେ । ଶିକ୍ଷକ ଶକ୍ଷୟିତ୍ରୀ ଗୋବିନ୍ଦ ସାହୁ ଦିଲୀପ କୁମାର ଥନାପତି, ରାଜକିଶୋର ମହାକୁର, ପିଙ୍କି କର୍ଣ୍ଣ, ମଣ୍ଟେସ୍ କୁମାର ସାହୁ , ସ୍କୁଲ ସଭାପତି ବିପିନ ସାହୁ ତଥା ମାତୃ କମିିର ସଦସ୍ୟା ବୃନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l