-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2021
ବଲାଙ୍ଗିର, (ପ୍ରେରଣା ଖବର): ବଲାଙ୍ଗୀର ୟୁଥ୍ ଏକ୍ସନ କମିଟି ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ବଲାଙ୍ଗୀର ଜେଆଇଟିଏମ କଲେଜ ପଛପଟେ କୋଭିଡ କଟକଣାକୁ ଆଖି ଆଗରେ ରଖି ନିଡାମ୍ବର ଭାବେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଆଗାମୀ ବର୍ଷରେ ବଲାଙ୍ଗୀରର ହକ ପାଇଁ ଲଢେଇ ଜାରି କରିବାକୁ ମୁଖ୍ୟ ଅତିଥି ଏକ୍ସନ କମିଟି ଆବାହକ ଗୋପାଲଜୀ ପାଣିଗ୍ରାହୀ ମତ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଧିରେନ୍ଦ୍ର ନାରାୟଣ ସିଂଦେଓ, ବିଶିଷ୍ଟ କଣ୍ଠଶିଳ୍ପୀ ରୁକୁ ସୁନା ଓ ଲୋକ ଗୀତକାର ଦିଲିପ ଦୀପ ଯୋଗ ଦେଇଥିଲେ। ମଞ୍ଚାସୀନ ୟୁଥ୍ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ ଥିବା ବେଳେ ଗରିବ, ଖଟିଖିଆ ଓ ହକ ପାଇଁ କାମ କରିବାପାଇଁ ମତ ରଖିଥିଲେ।
ଏହି ଅବସରରେ ବଲାଙ୍ଗୀରର ଅନନ୍ୟ ପ୍ରତିଭା ରାଜ୍ୟ ସ୍ତରରେ ସୁଟିଂ (ଗୁଳିଚାଳନା)ରେ ରୌପ୍ୟ ପଦକ ହାସଲ କରିଥିବା ଟୁଲୁ ସେନ ଓ କଣ୍ଠଶିଳ୍ପୀ ଆରଜେ ମନିଷଙ୍କୁ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା। ସଭାକୁ କମିଟିର ସଂଯୋଜକ ରିଲୁ ରଥ ପରିଚାଳନା କରିଥିବା ବେଳେ କମିଟିର ଉପସଭାପତି ପିତାମ୍ବର ବନଛୋର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯଶୋବନ୍ତ ସିଂ, ସନ୍ତୋଷ ପ୍ରଧାନ,ସୁନିଲ ମିଶ୍ର, ସରୋଜ ସାହୁ,ରବି ଖମାରୀ, ଗୋବିନ୍ଦ ଶତପଥୀ,ଅଜୟ ନାଗ, ରାଜେନ୍ଦ୍ର ସେଠୀ,ବଣ୍ଟୁ ବଗର୍ତ୍ତୀ, ସଞ୍ଜୟ ସାହୁ, ପ୍ରଶାନ୍ତ ନାୟକ, ଦିଲିପ ବିଶ୍ବାଳ, ରିଙ୍କୁ ବନଛୋର,ରାଧୁ ଦୀପ,ବିବେକ କୁମାର, ରମେଶ ଭୋଇ ପ୍ରମୁଖ ସହଯୋଗ କରିଥିଲେ।