-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର) : ଦିନକୁ ଦିନ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ର ହର କମିବାରେ ଲାଗୁଛି l ଗତକାଲି ଜିଲ୍ଲାରେ ମାତ୍ର ତିନି ଜଣ ସଂକ୍ରମିତ ହୋଈଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲାରେ 8 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ପୌରାଞ୍ଚଳ ର ୱାର୍ଡ ନମ୍ବର 7 ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ର ଅସ୍ତଲା,
ଭୂସଲାଡ ଓ ସିନ୍ଧେକେଲା ଅଂଚଳରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଖପ୍ରାଖୋଲ ବ୍ଲକ ର ଟଙ୍କପାଣି ରୁ ଜଣେ, ସଇଁତଳା ବ୍ଲକ ର କନ୍ଧକେଲଗାଁ ରୁ ଜଣେ, ଟିଟିଲାଗଡ଼ ବ୍ଲକ ର ଶଗଡ଼ଘାଟ ଅଂଚଳରୁ ଜଣେ ଓ ତୁରେକେଲା ବ୍ଲକ ର ଲହନଭଟା ଅଂଚଳରୁ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l