-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
24-Feb-2025
ବରୀ(ରଞ୍ଜିତ ମହାନ୍ତି): ବରୀ ଅଞ୍ଚଳର ସବୁଠାରୁ ବ୍ୟସ୍ତ ବହୁଳ ରାସ୍ତା ଭାବେ ଗାନ୍ଧୀ ରାସ୍ତାକୁ ହିଁ ବିବେଚନା କରାଯାଇଥାଏ। ଏହି ରାସ୍ତା ଦେଇ ପ୍ରତିଦିନ ଯାଜପୁର ଜିଲ୍ଲା ଓ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଦୁଇ ଚକିଆ ଯାନ ଯାତାୟାତ କରିଥାଏ ବିଶେଷକରି ଏହି ରାସ୍ତାର ବାଲିଆପାଳ ଠାରେ ଏକ ଠିପି ବନ୍ଦ ମଦ ଦୋକାନ ଥିବା ବେଳେ ମାତ୍ର ୫ କିଲୋ ମିଟର ଭିତରେ ଅନ୍ୟ ଏକ ଠିପି ଖୋଲା ମଦ ଦୋକାନ ରହିଛି। ମଦ୍ୟପ ମାନେ ମଦ୍ୟ ପାନ କରି ଦୃତ ଗତିରେ ବାଇକ୍ ଚାଳନା କରିବା ଯୋଗୁଁ ଏହି ରାସ୍ତା ଉପରେ ବାରମ୍ବାର ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ କୁ ଗ୍ରହଣ କରି ତତ୍କାଳୀନ ବିଧାୟିକା ସୁନନ୍ଦା ଦାସ ବିଧାୟିକାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଦଶ ଲକ୍ଷ୍ୟ ଟଙ୍କା ମଞ୍ଜୁର କରିବା ପରେ ଚତର ଠାରୁ ବାଲିବିଲି ଗାନ୍ଧୀ ଛକ ପର୍ଯ୍ୟନ୍ତ ରାସ୍ତା କଢ଼ରେ ବିଦୂତ ଖୁଣ୍ଟ ବସାଯାଇ ରାସ୍ତା ଆଲୋକୀ କଟଣ କରାଯାଇଥିଲା। ରାସ୍ତା ଅଲୋକୀ କରଣ କରାଯିବା ପରେ ଉକ୍ତ ବିଦୁତ୍ ଦେୟ ପୈଠ କରିବାକୁ ଚୁକ୍ତି ବଧ ହୋଇଥିବା ବାଲିବିଲି ପଞ୍ଚାୟତ ସରପଞ୍ଚ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବିଦୂତ୍ ଦେୟ ପୈଠ ନ କରିବାରୁ ବୁଦୂତ ବିଭାଗ ତରଫରୁ ବିଦୁତ ସଂଯୋଗ କାଟି ଦିଆଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ବାଲିବିଲି ପଞ୍ଚାୟତ ତରଫରୁ ବିଦୂତ ଦେୟ ପୈଠ କରାଯିବା ପରେ ରାସ୍ତା ଆଲୋକି କରଣ ହୋଇଥିଲା। କିନ୍ତୁ ବର୍ତ୍ତମାନ ବିଦୁତ ଦେୟ ବକେୟା ନ ଥିଲା ବେଳେ ଦୀର୍ଘ ଦୁଇ ମାସ ଧରି ସରକାରଙ୍କ ଅନୁଦାନରେ ଖର୍ଚ୍ଚ ହୋଇଥିବା ରାସ୍ତା ଅନ୍ଧାର ରହିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ଅର୍ଥରେ ରାସ୍ତା ଆଲୋକି କରଣ ହୋଇ ଥିବା ବେଳେ ଦୀର୍ଘଦିନ ଧରି ଲାଇଟ୍ ଗୁଡ଼ିକ ବନ୍ଦ୍ ରହିଥିବା ଘଟଣାକୁ ଗୁରୁତ୍ଵ ଦେଇ ବରୀ ବିଧାୟକ ଶ୍ରୀ ବିଶ୍ଵ ରଞ୍ଜନ ମଲ୍ଲିକ ପଦକ୍ଷେପ ନେବାକୁ ଶିକ୍ଷାବିତ୍ କୁଞ୍ଜ ବିହାରୀ ଦାସ, ବୃନ୍ଦାବନ ସାମଲ, ପ୍ରଫେସର ଦେବ ପ୍ରସାଦ ସାମଲ, ଓ ଅବସରପ୍ରାପ୍ତ ସେନା କର୍ମଚାରୀ ତରଫରୁ ଦାବି କରାଯାଇଛି। ଏ ବିଷୟରେ ବରୀ ବିଦୂତ ବିଭାଗ ଉପଖଣ୍ଡ ଅଧିକାରୀଙ୍କୁ ପଚାରିବାରେ ସେ କୁହନ୍ତି ରାସ୍ତା ଆଲୋକୀ କରଣ ପାଇଁ ବିଦୂତ ଦେୟ ବାକି ନାହିଁ ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏ କ୍ଷେତ୍ରରେ ବ୍ଲକ ପ୍ରଶାସନର ସହଯୋଗର ଆବଶ୍ୟକ ରହିଛି।