-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
23-Feb-2025
ବ୍ରହ୍ମପୁର: ହିଞ୍ଜିଳି ଥାନା ଅର୍ନ୍ତଗତ ଶାରୁ ଗ୍ରାମରେ ପାରିବାରିକ ଗଣ୍ଡଗୋଳ ର ଉଗ୍ର ରୁପ ନେଇ ସାନ ଭାଇ ବିଜୟ ସେଠୀ ଏକ ଠେଙ୍ଗା ରେ ବଡ଼ ଭାଇ ସଞ୍ଜୟ ର ମୁଣ୍ଡକୁ ପିଟି ଦେବାରୁ ସେ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲା। ରାସ୍ତାରେ ଯାଉଥିବା ଲୋକେ ସଞ୍ଜୟ କୁ ସେଠାରୁ ଉଠାଇ ନେଇ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ପରେ ଡାକ୍ତରଖାନାରୁ ଆସି ସାନ ଭାଇ ବିଜୟ ବିରୁଦ୍ଧରେ ସଞ୍ଜୟ ହିଞ୍ଜିଳି ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୧୩୦/୨୫ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ)