-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
22-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଏମଗଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କାଉନସିଲର ରେଣୁକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଗହକିଲାଲ ନାଏକଙ୍କ ଅଧ୍ୟକ୍ଷତାରେ ଜାରିଂ ସିଆରସିସି ରାଜେଶ୍ଵର ବେହେରା, ସ୍ଥାନୀୟ ଗୌନ୍ତିଆ ସୁବାସ ପଧାନ, ଶିକ୍ଷାବିତ୍ ନଵ କିଶୋର ସାହୁ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ। ଆତ୍ମବିଶ୍ବାସ ଦୃଢ ହେଲେ ସଫଳତା ସୁନିଶ୍ଚିତ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ। ସ୍କୁଲର ଛାତ୍ରଛାତ୍ରୀଗଣ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଶିକ୍ଷୟିତ୍ରୀ ଲିଳିମା ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ବିକାଶ ଚନ୍ଦ୍ର ଗଡତିଆ ସଭାକୁ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ଚନ୍ଦ୍ରକଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଶିକ୍ଷୟିତ୍ରୀ ରୀତା କ୍ଷେତିଙ୍କ ସଂଯୋଜନାରେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।