-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
22-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ମାତୃଭାଷା ମାତୃଭୂମି ପ୍ରତି ନିଜର ପ୍ରତିବଦ୍ଧତା ଶିଖାଏ। ତେଣୁ ମାତୃ ଭାଷା ପ୍ରତି ଆଦର ଓ ସମ୍ମାନ ରହିବା ଉଚିତ୍ ବୋଲି ବରଗଡ଼ ରାଣା ପ୍ରତାପ ସ୍କୁଲ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମାତୃ ଭାଷା ଦିବସ ପାଳନ ଅବସର ରେ ମତ ପ୍ରକାଶ ପାଇଛି । ସଂସଦ ର ସଭାପତି ଛାତ୍ରୀ ଧରିତ୍ରୀ ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦିକା ସାଲିନି ସା ସ୍ଵାଗତ ଅଭିଭାଷଣ ପ୍ରଦାନ କରି ମାତୃଭାଷା କିପରି ମାତୁଭୂମି ପ୍ରତି ପ୍ରତିବଦ୍ଧତା ସିଖାଏ ଉଲ୍ଲେଖ କରିଥିଲେ ।ଉପ ସଭାପତି ଶୋଭିତ ନାଏକ ସହ ସମ୍ପାଦିକା ରିତିକା ସା କୋଷାଧ୍ୟକ୍ଷ ମମତା ମହାରଣା ପ୍ରମୁଖ ଉପସ୍ଥିତ ରହି ମାତୃଭୂମି ଓ ମାତୃଭାଷା ର ମହତ୍ବ ସମ୍ବନ୍ଧ ରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ସଂସଦ ର ଉପଦେଷ୍ଠା ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଏଭଳି ଆଲୋଚନା ଆୟୋଜନ କୁ ପ୍ରଶଂସା କରିଥିଲେ ।