-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
22-Feb-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ସ୍ଥାନୀୟ ନିଶାମଣି ସରକାରୀ ଉଚ୍ଚ ବିଦ୍ଯାଳୟ ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଡକ୍ଟର ସଂଗୀତା ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରୋଜାଲିନ ମିଶ୍ର, ମନୋହର ସାହୁ,ସଂଜୁରାଣୀ ଦେବତା ପ୍ରମୂଖ ମାତୃଭାଷାର ମହତ୍ତ୍ବ ବିଷୟରେ ତଥ୍ଯଗର୍ଭକ ଆଲୋଚନା କରିଥିଲେ।ଏହି ଅବସରରେ ପିଲାଙ୍କ ଦ୍ବାରା ଏକ ଚିତ୍ରପ୍ରଦର୍ଶନୀର ଆୟୋଜନ ତଥା ଭାଷାବୃକ୍ଷର ନିର୍ମାଣ କରାଯାଇଥିଲା।ପ୍ରାଚୀର ପତ୍ରିକା 'ଉତ୍ସ'ର ମାତୃଭାଷା ଦିବସ ସଂଖ୍ୟା ଉନ୍ମୋଚିତ ହୋଇଥିଲା ।ଏହି ଉଦ୍ଦେଶ୍ଯରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଛାତ୍ରୀ ନୁପୂର ମାହାଣା ଧନ୍ଯବାଦ ଅର୍ପଣ କରିଥିଲେ।