-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
22-Feb-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ସିନାପାଲି ର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଆଜି ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଅଛି। ଏନେଇ ସ୍ଥାନୀୟ ହାଇସ୍କୁଲର ଏନସିସି କକ୍ଷରେ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ସଭାରେ ମାତୃଭାଷା ଦିବସର ମହତ୍ୱ ବିଷୟରେ ଆଲୋଚନା କରାଯାଇଥିଲା। ଏହା ପରେ କବି ଲୋଚନ ମେହେରଙ୍କ ସଂଯୋଜନାରେ ଏକ କବିତା ପାଠ ଅନୁଷ୍ଠିତ ହୋଇଥିବା ବେଳେ କବିମାନେ କବିତା ପାଠ କରିଥିଲେ। କାର୍ଯ୍ଯକ୍ରମ ରେ ଚିନ୍ତାମଣି ସାହୁ, ମୁରଲିଧର ସା, ପରେଶନାଥ ପାଣିଗ୍ରାହୀ, ଶିବପ୍ରସାଦ ମେହେର, ଧୄବଚରଣ ପଧାନ, ପ୍ରଦ୍ଯୂମ୍ନ କୁମାର ସିଂହ ଚିନ୍ଦା, ନିକୁଞ୍ଜ ବିହାରୀ ସା, ରଶ୍ମିରଞ୍ଜନ ସା, ଦେବବ୍ଯାସ ସାହୁ, ବିଶାଳ ସାଗର, ଈଶ୍ୱର ମହାନନ୍ଦ, ବୌମକେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଚୂଡ଼ାମଣି ମେହେର ଧନ୍ଯବାଦ ଦେଇଥିଲେ।