-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
21-Feb-2025
ସମ୍ବଲପୁର (ପ୍ରେରଣା ଖବର): ଆଜି ମା ଝାଡେଶ୍ୱରି ସ୍ନାତକ ମହାବିଦ୍ୟାଳୟ, ଧମଠାରେ ଜାତୀୟ ସେବା ଯୋଜନା ତରଫରୁ ସ୍ମାର୍ଟ ନିବେଶକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅନିଲ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ SEBI ର ଗବେଷକ ଡ. ଜୟକିଶନ ମେହେର ମୁଖ୍ୟ ଅତିଥିଭାବେ ଯୋଗଦାନ କରି ସଞ୍ଚୟର ଉପଯୁକ୍ତ ବିନିଯୋଗ ଓ ମୂଲ୍ୟବୋଧ ବୁଝାଇଥିଲେ । ସାଇବର
ଠକେଇରୁ ଛାତ୍ରଛାତ୍ରୀ କିପରି ସୁରକ୍ଷିତ ରହିପାରିବେ ସେହି ବିଷୟରେ ଅଧ୍ୟାପକ ପ୍ରମୋଦ ଦେହେରୀ, ସଂଜୟ ସାହୁ ଓ ବଳଦେବ ମହାକୁର ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁଦିପ୍ତା ଦାସ, ସୁଶ୍ରୀ ପାଢ଼ୀ, ଅମ୍ରିତା ପଟ୍ଟନାୟକ, ସୁନୀତା ସେଠ୍ ଅଂଶଗ୍ରହଣ କରିଥିଲେ । ୮୨ ଜଣ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଥିରେ ଏକାଦଶିଆ ଦଳେଇ, ଯଦୁମଣି ସାହୁ, ଚିନ୍ମୟ ପାଣଗ୍ରାହୀ ସହଯୋଗ କରିଥିଲେ ।