-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
20-Feb-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): କିଛିଦିନ ହେଲା ପାଗ ଶୁଖିଲା ରହିଥିଲା ବେଳେ ଶୀତ ମଧ୍ୟ କମିଥିଲା। ହେଲେ ପାଣିପାଗର ଆକଳନ ଅନୁଯାୟୀ ଆଜି ଅପରାହ୍ନରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକାଶ ମେଘାଛନ୍ନ ହୋଇଥିଲା । ପରେ ପ୍ରବଳ ପବନ ବହିବା ସହିତ ବିଜୁଳି ଓ ଘଡଘଡି ମାରି ପ୍ରବଳ ବର୍ଷା ହୋଇଥିଲା । ପ୍ରାୟ ୫ଟା ବେଳକୁ ଅନ୍ଧାର ହୋଇ ଯାଇଥିଲା । କିଛି ସ୍ଥାନରେ ପ୍ରବଳ ପବନ ବହିବା ଫଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି । କିଛି ସ୍ଥାନରେ କୁଆପଥର ମାଡ଼ ହୋଇଥିବା ମଧ୍ୟ ଜଣାଯାଇଛି । ହେଲେ କ୍ଷୟକ୍ଷତିର ସୂଚନା ମିଳି ପାରିନାହିଁ ।
(ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ)