-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||     

HOME   ଜିଲ୍ଲା

କ୍ୟାନ୍ସର ସଚେତନତା ଗଣଦୌଡ ତଥା ଗଣ ପଦଯାତ୍ରା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ଆନ୍ଦୋଳନ "ମିଶନ ଗାଁ କୁ ଯିବା"

04-Feb-2025



ବରଗଡ:(ନିରଞ୍ଜନ ତ୍ରିପାଠୀ)-କର୍କଟ ସଚେତନତା କୁ କେବଳ ସହର ଭିତରେ ସୀମିତ ରଖା ନ ଯାଇ ଗ୍ରାମାଞ୍ଚଳରେ ଏହାକୁ ବ୍ୟାପକ କରାଯାଉ। କାରଣ ଏହି କର୍କଟ ରୋଗ ପ୍ରାଦୁର୍ଭାବ ଦିନ କୁ ଦିନ ଗ୍ରାମାଞ୍ଚଳରେ ବ୍ୟାପକ ଓ ତୀବ୍ରତର ହୋଇ ପଡୁଛି। ଏହାର ଏକମାତ୍ର କାରଣ ଗ୍ରାମାଞ୍ଚଳରେ ସଚେତନତା ର ଅଭାବ ସାଙ୍ଗ କୁ ଚିକିତ୍ସା ବ୍ଯବସ୍ଥା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାକୁ ଦ୍ରୁଷ୍ଟିରେ ରଖି ବରଗଡ କେନସର ଫାଇଟର୍ସ ଗୃପ ଆଜି ୪ ଫେବୃଆରୀ ବିଶ୍ବ କର୍କଟ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ହାତକୁ ନେଇଛି। ଯାହାକି ରାଜ୍ଯ ରେ ପ୍ରଥମ ଥର ପାଇଁ ଆୟୋଜିତ ହେଇଛି। 
କ୍ୟାନ୍ସର ମୁକ୍ତ ସମାଜ ଗଠନ ପାଇଁ ବରଗଡ଼ର ଫାଇଟର୍ସ ଗ୍ରୁଫ "ମିଶନ ଗାଁକୁ ଯିବା" ଭଳି ବିରଳ କାର୍ଯ୍ୟକ୍ରମର ଆରମ୍ଭ କରିଛି ଏବଂ ଆଜିର ଦିନରେ ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସହିତ ଜିଲ୍ଲାର ସମସ୍ତ ୧୨ ବ୍ଲକ ମୁଖ୍ୟାଳୟରେ  "କ୍ୟାନ୍ସର ସଚେତନତା ରନ-ୱାକଥନ" କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ କ୍ୟାନ୍ସର ସଚେତନତା ର ବାର୍ତ୍ତା ପହଞ୍ଚାଇବାର ପ୍ରୟାସ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ୧୨ଟି ବ୍ଲକ ରେ ପ୍ରାୟ ୫ହଜାର ରୁ ଅଧିକ ପ୍ରତିଭାଗୀ  କର୍କଟ ସଚେତନତା ପାଇଁ ଗଣଦୌଡ ତଥା ଗଣ ପଦଯାତ୍ରା ରେ ସାମିଲ ହୋଇଥିଲେ। 
ବରଗଡରେ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନିଷ୍ଟାଡିୟମ୍ ରୁ ଆରମ୍ଭ ହୋଇଥିଲା। ଏହି ଗଣଦୌଡ ତଥା ପଦଯାତ୍ରା ପୂର୍ବରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ଯ ଅତିଥି ରୂପେ ଜିଲ୍ଲପାଳ ଆଦିତ୍ୟ ଗୋୟଲ ଯୋଗଦେଇ କହିଥିଲେ ଯେ, ଫାଇଟର୍ସ ଗ୍ରୁଫ ର ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଯୁବ ପିଢିଙ୍କୁ ମାଦକ ଦ୍ରବ୍ୟ ଓ ବିଭିନ୍ନ  କ୍ୟାନ୍ସର କାରକ ଦ୍ରବ୍ୟ ବ୍ୟବହାରରୁ ଦୁରେଇ ରହି ସୁସ୍ଥ ସମାଜ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ l କ୍ୟାନ୍ସର ସହିତ ଲଢ଼େଇ କରିବାରେ ଫାଇଟର୍ସ ଗ୍ରୁଫ ଗୁରୁତ୍ୱପୂର୍ଣ ଦାୟିତ୍ୱ ଗ୍ରହଣ କରିଛି ଏବଂ ଜିଲ୍ଲା ପ୍ରଶାସନର ମଧ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ ପାଇଁ ଫାଇଟର୍ସ ଗ୍ରୁଫ ସହିତ ଛିଡ଼ା ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ଗୋୟଲ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ନିରୁପମା ଷଡ଼ଙ୍ଗୀ ସମ୍ମାନୀୟ ଅତିଥି ରୂପେ ଯୋଗଦେଇଥିଲେ ଏବଂ କ୍ୟାନ୍ସର ରୋଗକୁ କିପରି ଶୀଘ୍ର ଚି଼ହ୍ନଟ କରାଯାଇ ତାହାର ଉନ୍ନତ ମାନର ଚିକିତ୍ସା କରାଯାଇପାରିବ ସେହି ଦିଗରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇବ ବୋଲି ନିଜର ମତ ରଖିଥିଲେ l ସେ ଭାବବିହ୍ୱଳ ହୋଇ କହିଥିଲେ ଯେ ଏହି କର୍କଟ ରୋଗରେ ମୁଁ ମୋ ମାଁ ଓ ଭଉଣୀଙ୍କୁ ହରାଇଛି। 
ବରଗଡ଼ ଜିଲ୍ଲାରେ ବ୍ୟାପକ ମାତ୍ରାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କ୍ୟାନ୍ସର ସରଭାଇଭର ମାନଙ୍କ ଦ୍ୱାରା ଗଠିତ "ଫାଇଟର୍ସ ଗ୍ରୁଫ " ପକ୍ଷରୁ ବରଗଡ଼ ସହରରେ ଅନେକ ସ୍ୱାସ୍ଥ୍ୟ ଶିବିର ସହିତ ସଚେତନତା କାର୍ଯ୍ୟକ୍ରମ କରିଆସୁଥିଲେ ସୁଦ୍ଧା ଗ୍ରାମାଞ୍ଚଳର ଲୋକେ କ୍ୟାନ୍ସର ସଚେତନରୁ ବଞ୍ଚିତ ରହିଯାଉଛନ୍ତି l  ବର୍ତ୍ତମାନ କ୍ୟାନ୍ସର ରୋଗର ଚେର ଗାଁ ଗାଁରେ  ପହଁଞ୍ଚିସାରିଲାଣି ଏବଂ ଗ୍ରାମାଞ୍ଚଳରେ ମଧ୍ୟ କ୍ୟାନ୍ସର କୁ ନେଇ ଆତଙ୍କ ଦେଖାଦେଇଛି l ଏପରି ପରିସ୍ଥିତିରେ ଫାଇଟର୍ସ ଗ୍ରୁଫ ଗାଁ ଗାଁ ରେ କ୍ୟାନ୍ସର ରୋଗର କାରଣ ଓ ଏହାର ନିବାରଣ ବିଷୟରେ ଲୋକଙ୍କୁ ସଚେତନ କରାଇବାର ଲକ୍ଷ ନେଇ ବିଶ୍ବ କର୍କଟ ଦିବସ ଅବସରରେ ଏହି " ମିଶନ ଗାଁକୁ ଯିବା" କ୍ୟାନ୍ସର ସଚେତନତା ଅଭିଯାନ  ହାତକୁ ନେଇଛି ବୋଲି ଫାଇଟର୍ସ ଗୃପ ର ସଭାପତି ପ୍ରସନ୍ନ କୁମାର ମିଶ୍ର ସୂଚନା ଦେଇଥିଲେ। 
ଫାଇଟର୍ସ ଗୃପ ଟ୍ରଷ୍ଟ ର ଚେୟାରମ୍ୟାନ ଅଶ୍ବିନୀ କୁମାର ଦର୍ଜୀ ଏହି "ମିଶନ ଗାଁ କୁ ଯିବା" କାର୍ଯ୍ୟକ୍ରମ ସଂପର୍କ ରେ ସୂଚନା ଦେଇ କହିଛନ୍ତି   ଏହି ମେଗା କ୍ୟାନ୍ସର ସଚେତନତା ଗଣଦୌଡ ତଥା ଗଣ ପଦଯାତ୍ରା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ଆନ୍ଦୋଳନ, ଯାହାର ଲକ୍ଷ୍ୟ ଲୋକମାନଙ୍କୁ ଏବଂ ସମୁଦାୟଗୁଡ଼ିକୁ କ୍ୟାନ୍ସର ବିରୋଧରେ ଜ୍ଞାନ ଏବଂ ସଂସାଧନ ସହିତ ସଶକ୍ତ କରିବା। ସମସ୍ତ ବ୍ଲକ୍ ଗୁଡ଼ିକର ସକ୍ରିୟ ସହଭାଗୀତା ମାଧ୍ୟମରେ ଏହି ପ୍ରୟାସ ବରଗଡ଼ରେ ଏକ ସ୍ୱାସ୍ଥ୍ୟକର ଏବଂ କ୍ୟାନ୍ସର-ସଚେତନତା ସମାଜ ଗଠନ କରିବାକୁ ଚେଷ୍ଟା କରିବ। ସେଥିପାଇଁ ଆମେ ପ୍ରତ୍ୟେକ ବ୍ଲକ ନିଜର ଭଲେଣ୍ଟିୟର୍ସ ନିଯୁକ୍ତ କରିବୁ ଏବଂ ଲୋକଙ୍କୁ କର୍କଟ ରୋଗ ସଂପର୍କ ରେ ସଚେତନତା ସ୍ରୁଷ୍ଟି କରିବୁ। ଏହାର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। 
ଏହି କାର୍ଯ୍ୟକ୍ରମରେ କ୍ୟାନ୍ସର ସ୍ପେସିଆଲିଷ୍ଟ ଡ଼ା.ଭରତ ମିଶ୍ର ଏବଂ ଡ଼ା ରାଜେନ୍ଦ୍ର ପ୍ରସାଦ ପଟେଲ ଙ୍କ ସହିତ ଗାଇନିକୋଲୋଜିଷ୍ଟ ଡ଼ା ଶକ୍ତି ତ୍ରିପାଠୀ ଯୋଗଦେଇ ଲୋକଙ୍କୁ ସଚେତନ କରାଇଥିଲେ । କେନସର ସର୍ଭାଇବର ପ୍ରତାପ ଚନ୍ଦ୍ର ଦାଶ ନିଜର ଅଭିଜ୍ଞତା ର ସମ୍ୟକ ସୂଚନା ଦେଇଥିଲେ। ଗ୍ରୁପ ର ଉପସଭାପତି ମୀନତି ପତି ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ଯା ଅଧ୍ଯାପିକା ସୂର୍ଯ୍ୟକାନ୍ତି ସିକନ୍ଦର ଅତିଥି ପରିଚୟ ପ୍ରଦାନ କରିଥିଲେ। ବରଗଡ ଜିଲ୍ଲା ରୁ ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରିଥିବା ଖେଳାଳି ଜ୍ଞାନ ରଂଜନ ପୂଜାରୀ ଓ ଶେଖ୍ ସବଦର କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରାଯାଇଥିଲା। 
ଏହି ଗଣଦୌଡ ତଥା ପଦଯାତ୍ରା ରେ ବରଗଡ ଫିଜିକାଲ ଏକାଡେମୀ ର  ସମେତ ବହୁ ଶିକ୍ଷାନୁଷ୍ଠାନ, ରାଜ୍ଯ ସ୍ରରୀୟ ଖେଳାଳି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତିନିଧି କର୍କଟ ରୋଗ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ସାମିଲ ହୋଇଥିଲେ। ଏହାକୁ ରାଜ୍ଯ ସ୍ତରୀୟ କୋଚ୍ ସୁରେଶ ଦାଶ (ନାଟୁ) ପରିଚାଳନା କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ଗୋୟଲ ଓ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଶ୍ରୀମତୀ ଷଡଙ୍ଗୀ ଫ୍ଲାଗ୍ ଅଫ୍ କରି ପ୍ରତିଭାଗି ମାନଙ୍କୁ ଉତ୍ସାହିତ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026

You Might Also Like