-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜିରେ କ୍ରିକେଟବ୍ୟାଟିଂ ଘଟଣା.. ସଟ୍ଟାଡନ ହିତେଶ ଜୈନକୁ ଖସାଇଦେଲା ପୋଲିସ,ପୁଣି ଚର୍ଚ୍ଚାରେ ବଣ୍ଟି ଗୁପ୍ତା

04-Feb-2025



ବଲାଙ୍ଗୀର(ପ୍ରେରଣାଖବର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଗତ ୨ ତାରିଖରେ ଏକ କ୍ରିକେଟବ୍ୟାଟିଂ ଗ୍ୟାଙ୍ଗକୁ ପୋଲିସ ଧରିଥିଲା। ବଲାଙ୍ଗୀର ଅତିରିକ୍ତ ଏସପି ହିମାଂଶୁ ବେହେରାଙ୍କ ନେତୃତ୍ୱରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟରୁ ଏକ ଟିମ ନେଇ ଚଢାଉକରି ଏକ ଭଡାଘରୁ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୩ଟି ଲାପଟପ ଓ ୨୦ଟି ମୋବାଇଲ ଜବତ କରିଥିଲେ। ଏହି ଘଟଣାରେ କଣ୍ଟାବାଞ୍ଜି ପୋଲିସ ସନ୍ଦେହ ଘେରକୁ ଆସିଛି। କଣ୍ଟାବାଞ୍ଜିି ପୋଲିସର ଜ୍ଞାତସାରରେ ଏହି ସଟ୍ଟାଗଦ୍ଦି ଚାଲିଥିଲା ଓ ଏହାକୁ ହିତେଶ ଜୈନ(ହିତୁ) ଚଳାଇ ଆସୁଥିଲା । ପୂର୍ବରୁ ହିତୁ ଅନେକ ମାମଲାରେ ବିବାଦୀୟ ରହିଆସିଛି । ଏବେ ହିତୁ ସାଙ୍ଗରେ ଆଉ ଜଣେ ବଣ୍ଟି ଗୁପ୍ତା ମଧ୍ୟ ଚର୍ଚ୍ଚାରେ ରହିଛି । ଯେଉଁଘରେ ପୋଲିସ ଚଢାଉ କରି କ୍ରିକେଟ ବ୍ୟାଟି ଗ୍ରୁପକୁ ଧରିଛି ସେହି ଘର ହେଉଛି ବଣ୍ଟି ଗୁପ୍ତାର। ଭଡାରେ ହିତେଶକୁ ଦେଇଥିବା କୁହାଯାଉଛି। ଏହା ପୂର୍ବରୁ ବଣ୍ଟି ଗୁପ୍ତା ନକଲି ନୋଟ କାରବାରରେ ମଧ୍ୟରେ ଚର୍ଚ୍ଚାରେ ରହିଥିଲା । ଫଳରେ ଏବେ ଯେଉଁ କ୍ରୀକେଟ ବ୍ୟାଟିଂ ଧରାପଡିଛି ସେଥିରେ ମଧ୍ୟ ତାର ସମ୍ପୃକ୍ତି ଥିବା ସନ୍ଦେହ ପ୍ରକାଶ ପାଉଛି । ଗତ ଦେଢବର୍ଷ ହେଲା ଏକ ନୂଆ ଘର ତିଆରି ତାକୁ ହିତେଶକୁ ଭଡାରେ ଦେଇଛି । ୨ତାରିଖ ଦିନ ଯେଉଁ ୫ଜଣ

ବ୍ୟକ୍ତି ଧରାପଡିଲେ ସେମାନଙ୍କ ମଧ୍ୟରୁ ୩ଜଣ ବିହାରର ଓ ୨ଜଣ ସ୍ଥାନୀୟ ଅଞ୍ଚଳର । ହିତେଶ ଏମାନଙ୍କୁ ଲଗାଇ ଏକ ଆନ୍ତଃରାଜ୍ୟ ର‌୍ୟାକେଟକୁ ପରିଚାଳିତ କରିଆସୁଛି । ମୁଖ୍ୟତଃ ଯୁବବର୍ଗଙ୍କୁ ଟାର୍ଗେଟରେ ରଖାଯାଇଛି । କ୍ରିକେଟ ବ୍ୟାଟିଂରେ ଯେତେ ଟଙ୍କା ଲଗାଇଲେ ଜିତିଲେ ତାର ୮୦ଗୁଣା ଲାଭର ଲୋଭନୀୟ ଅଫର ବହୁଯୁବକଙ୍କୁ ଆକର୍ଷିତ କରୁଛି । ଅନେକ ଯୁବକ ଏହି ବ୍ୟାଟିରେ ଟଙ୍କା ଲଗାଇ ସର୍ବସ୍ୱାନ୍ତ ମଧ୍ୟ ହୋଇ ସାରିଲେଣି । ସେପଟେ କଣ୍ଟାବାଞ୍ଜି ପୋଲିସର ଜ୍ଞାତସାରରେ ହିଁ ଏଭଲି ଏକ ବହୁକୋଟିର କାରବାର ଚାଲିଥିବାରୁ ସଟ୍ଟାଡନ ସବୁବେଳେ ଖସିଯିବାରେ ସଫଳ ହେଉଛି । ଅନେକଥର ହିତେଶ ବିବାଦରେ ରହିଆସୁଥିଲେ ହେଁ ପୋଲିସ ତାକୁ ସୁରକ୍ଷା ଦେଇ ଆସୁଛି । ଠିକ ସେହିପରି ବଣ୍ଟି ଗୁପ୍ତା ମଧ୍ୟ ପୋଲିସ ସହାୟତାରେ ପ୍ରାୟ ମାମଲାରେ ଖସିଯାଉଥିବା ଅଭିଯୋଗ ଉଠିଛି । କଣ୍ଟାବାଞ୍ଜି ସହରର ଜଣେ ବୁଦ୍ଧିଜୀବି ସୁରଥ ବେହେରା ପୋଲିସର କାର୍ଯ୍ୟକଳାପରେ ସନ୍ଦେହ ପ୍ରକାଶ କରାଯାଉଥିବା ଗଣମାଧ୍ୟମରେ ଅଭିଯୋଗ ଉଠାଇଛନ୍ତି । ଏହା ଆଜିର ଘଟଣା ନୁହେଁ ପୂର୍ବରୁ ମଧ୍ୟ ଅନେକଥର କଣ୍ଟାବାଞ୍ଜି ପୋଲିସ ଅପରାଧିଗୋଷ୍ଠୀ ସହିତ ହାତ ମିଳାଇ କେବଳ କିଛି ଛୋଟ ଅଭିଯୁକ୍ତଙ୍କୁ ଧରି ବଡବଡିଆଙ୍କୁ ଖସାଇଦେବାରେ ସହାୟକ ହୋଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like