-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||     

HOME   ଜିଲ୍ଲା

ଡାକ୍ତର ଙ୍କ ଅବହେଳା ର ନଗ୍ନ ନମୁନା - ତୁଷୁରା ଡାକ୍ତରଖାନା: ମେଡିକାଲ୍ ଷ୍ଟାଫ୍ ଙ୍କୁ ଦାୟୀ କଲେ ମୃତ ପ୍ରସୂତି ମହିଳାଙ୍କ ପରିବାର ଲୋକ

13-Jan-2021



ବଲାଙ୍ଗିର,(ପ୍ରେରଣା ଖବର ବ୍ୟୁରୋ) :ବଲାଙ୍ଗିର ଜିଲ୍ଲା ତୁଷୁରା ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟଣା ଘଟିଛି ।

    ସୂଚନାନୁଯାୟୀ  ଡାକ୍ତର ବଦଳରେ ନର୍ସ ଙ୍କ ଦ୍ୱାରା ପ୍ରସବ ପରେ ଛୁଆ ଜନ୍ମ ହେବା ଓ ପରେ ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟିଛି । ଉକ୍ତ  ନର୍ସଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପ୍ରକାଶ ଯେ, ତୁଷୁରା ସହରର ରାମ ପଟ୍ଟନାୟକଙ୍କ ସ୍ତ୍ରୀ ସୁନିତା ପଟ୍ଟନାୟକ (୩୦)ଙ୍କୁ ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ  ପ୍ରସବ ବେଦନା ଯୋଗୁଁ ତାଙ୍କୁ ତୁଷୁରା ଡ଼ାକ୍ତରଖାନକୁ ପରିବାର ଲୋକେ ନେଇ ଭର୍ତ୍ତି କରିଥିଲେ । ହେଲେ ଡ଼ାକ୍ତରଖାନାରେ ଡ଼ାକ୍ତର ନଥିବାରୁ ସେଠି ଥିବା  ନର୍ସ ମାନେ ଆମେ ସ୍ୱାଭାବିକ ଭାବେ ପ୍ରସବ କରେଇବୁ ଓ ଆମେ କରୁ ବୋଲି କହିଥିଲେ । ଡାକ୍ତର କେବଳ ଔଷଧ ଲେଖନ୍ତି କହି ପ୍ରସବ କରେଇଥିଲେ । ଏହାପରେ ସକାଳ ପ୍ରାୟ ୧୨ଟାରେ ସୁନୀତା ଏକ ଝିଅକୁ ଜନ୍ମ ଦେଇଥିଲେ । ଏହାର ଏକ ଘଣ୍ଟା ପରେ ସୁନୀତାଙ୍କୁ ପରିବାର ଲୋକ ଦେଖିବା ପାଇଁ ଭିତରକୁ ଯାଇଥିଲେ । ପରିବାର ଲୋକେ ଭିତରକୁ ଯାଇ ପ୍ରଚୁର ମାତ୍ରାରେ ରକ୍ତସ୍ରାବ ହେଉଥିବା ଦେଖିଥିଲେ ।  ଏହା ପରେ ନର୍ସ କହିଲେ ଯେ, ଅତ୍ୟଧିକ ରକ୍ତଶ୍ରାବ ହେଉଛି । ତେଣୁ ବଲାଙ୍ଗିର ନେଇଯାଆନ୍ତୁ । ଏହା କହିବାର ପ୍ରାୟ ୨ ଘଣ୍ଟା ପରେ ବଲାଙ୍ଗିର ସ୍ଥାନାନ୍ତର କରିଥିଲେ । କିଛି ଉପାୟ ନପାଇ ପରିବାର ଲୋକେ ତୁରନ୍ତ ବଲାଙ୍ଗିର ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ପହଂଚିବା ପରେ ଡ଼ାକ୍ତର କହିଥିଲେ ଯେ ପ୍ରଚୂର ପରିମାଣ ରେ ରକ୍ତଶ୍ରାବ ହୋଇଯାଇଛି ଏବେ ଆଉ କିଛି କରିହେବ ନାହିଁ, ଆମେ କିଛି କରି ପାରିବୁ ନାହିଁ । ଏହାର କିଛି ସମୟ ପରେ ସୁନୀତାଙ୍କ ମୃତ୍ୟୁ ହୋଇଥିଲା । ମୃତ ସୁନୀତାର ନବଜାତ କନ୍ୟା ସହ ଆଉ ଗୋଟିଏ ଝିଅ ରହିଛି । ରକ୍ତଶ୍ରାବ ହେଉଥିବା ଜାଣି ମଧ୍ୟ ୨ ଘଂଟା ବିଳମ୍ବରେ ବଲାଙ୍ଗିର ପଠାଇବା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ରାମ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଡ଼ାକ୍ତରଙ୍କ ବିନା ଉପସ୍ଥିତିରେ କିପରି ଜଣେ ପ୍ରସବ  ମହିଳା ଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରି ଜଣେ ମହିଳାର ଜୀବନ ସହ ଖେଳ ଖେଳିଲେ ବୋଳି ଜନସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ସେହିପରି ପୁଅ ଜନ୍ମ ହେଲେ ପାଞ୍ଚଶହ ଓ ଝିଅ ଜନ୍ମ ହେଲେ ତିନି ଶହ ଓ ଅପରେସନ କଲେ ଦୁଇ ହଜାର ଟଙ୍କା   ନେବା ଘଟଣା ଏହି ତୁଷୁରା ଡ଼ାକ୍ତରଖାନା ରେ ସବୁ ସମୟରେ ଚର୍ଚ୍ଚିତ ଥାଏ । ଏହି ମହିଳା ଙ୍କ ଠାରୁ ଟଙ୍କା ଲୋଭ ରେ ବିନା ଡାକ୍ତର ରେ ନର୍ସ ନିଜେ ଡାକ୍ତର ପାଲଟିବା ଯୋଗୁଁ ଏପରି ଅଭାବନୀୟ ଘଟଣା ଘଟିଛି ବୋଲି ଚର୍ଚ୍ଚା ଜୋର ଧରିଛି ।   ଅନ୍ୟପକ୍ଷରେ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପରେ ମଧ୍ୟ ରୋଗୀ ରେଜିଷ୍ଟରରେ ଏଣ୍ଟ୍ରି ନକରିବାର କାରଣ କ’ଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରସବ ସମୟରେ ସୁପ୍ରଭା ନାଗ, ସ୍ୱାଧୀନବାଳା ଦେଇ ଓ ବର୍ଷାରାଣୀ ଛତ୍ରିୟା  ନର୍ସ ଦାୟିତ୍ୱରେ ଥିଲେ । ଏ ନେଇ ଡ଼ାକ୍ତରଖାନା ଦାୟିତ୍ୱରେ ଥିବା ଫାରମାସିଷ୍ଟ ଗୋପେଶ୍ୱର ସାହାଣୀ କହନ୍ତି ଯେ, ଏ ବିଷୟରେ ମୁଁ କିଛି ଜାଣି ନାହିଁ କି ନର୍ସମାନେ ମୋତେ ଜଣାଇ ନାହାନ୍ତି ଏବଂ ସେମାନେ ତାଙ୍କ ମର୍ଜିରେ କାର୍ୟ୍ୟ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ତିନି ଦିନ ହେଲା ଡ଼ାକ୍ତର ଛୁଟିରେ ଥିବାବେଳେ କେବଳ ଜଣେ ଫାର୍ମାସିଷ୍ଟ ଭରସାରେ ତୁଷୁରା ଚିକିତ୍ସାଳୟ ଚାଲିବା ଘଟଣା ରୁ ସ୍ପଷ୍ଟ ଅନୁମେୟ ଯେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ।   ଏ ନେଇ ଗୁଡ଼ଭେଲା ଗୋଷ୍‌ଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା.ସୁମୀତ ମେହେର କହନ୍ତି ଯେ, ମୁଁ ଘଟଣାର ତଦନ୍ତ କରୁଛି, ଯଦି ଘଟଣାଟି ସତ୍ୟ ହୋଇଛି ତେବେ ଦାୟୀତ୍ୱରେ ଥିବା ନର୍ସଙ୍କ ପ୍ରତି ଦୃଢ଼ କାର୍ୟ୍ୟନୁଷ୍ଠାନ  ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଅବହେଲା କରିଥିବା ନର୍ସମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଲୋକେ ଦାବୀ କରିଛନ୍ତି । ସରକାରୀ ଭାବେ କୋଟି, କୋଟି ଟଙ୍କା ସରକାର ବ୍ୟୟ ବରାଦ କରୁଥିବା ବେଳେ ସବୁ କାଗଜ କଲମ ରେ ସୀମିତ ରହିଛି । ଏପରି କି ଏହି କର୍ମଚାରୀ ନିଜ ମନଇଚ୍ଛା କାହାରିକୁ ଖାତିର ନ କରି ଖୋଲା, ଖୋଲି ଏହି ବେଆଇନ କାରବାର ରେ ଲିପ୍ତ ରହିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଜନସେବା ସଙ୍ଘ ଉପଦେଷ୍ଟା ସତ୍ୟଜିତ ଷଡ଼ଙ୍ଗୀ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି । ଦୁଃଖ ର ବିଷୟ ଏହା ଯେ ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁ ନିଜେ ମହିଳା ଓ ମିଶନ ଶକ୍ତି ମନ୍ତ୍ରୀ ଥାଇ ଏହି ଅଞ୍ଚଳ ରେ ଯଦି ଏପରି ଦାଇତ୍ୱହୀନ ବ୍ୟବସ୍ଥା ତେବେ ସାଧାରଣ ଗୁହାରି କରିବେ କାହାକୁ ?


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026
  ଜିଲ୍ଲା  
ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା   06-Aug-2026
  ଜିଲ୍ଲା  
ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   06-Aug-2026
  ଜିଲ୍ଲା  
ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ   06-Aug-2026
  ଜିଲ୍ଲା  
ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   06-Aug-2026

You Might Also Like