-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
31-Jan-2025
ବଲାଙ୍ଗିର- ଜାତୀୟ ସଂସ୍କୃତି ଜନମଙ୍ଗଳ କ୍ଲବ ସକମା ଆନୁକୁଲ୍ୟରେ ଏକ ତ୍ରିଦିବସିୟ କ୍ରୀକେଟ ପ୍ରତୋଯୋଗିତା ଉଦ୍ଘାଟନ ହୋଇଯାଇଛି । ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏ ଅବସରରେ ସେ କହିଥିଲେ ଗ୍ରାମାଞ୍ଚଳମାନଙ୍କରେ ଯଦିଓ କୌଣସି ବି କ୍ରୀଡାର ବିଶେଷ ଭିତ୍ତିଭୂମି ନାହିଁ ତଥାପି ବି ଗାଁ ଯୁବକମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ ପୂର୍ବକ ଏ ଅଂଚଳରେ ପ୍ରତିଭା ସୃଷ୍ଟି
କରୁଛନ୍ତି, ତା ସହ ସେମାନେ ଗ୍ରାମାଞ୍ଚଳରେ କ୍ରୀଡାର ପ୍ରଚାର ପ୍ରସାର କରିବା ସହ ଲୋକଙ୍କ ଭିତରେ ଖେଳୁଆଡ ମନୋଭାବ ଜାଗ୍ରତ କରୁଛନ୍ତି । ଯାହା ଫଳରେ ଏହା ଯେ କେବଳ କ୍ରୀଡା ଓ କ୍ରୀଡାବିତ ଙ୍କ ମନୋଭାବରେ ଉନ୍ନତି ଆଣୁଛି ତାହା ନୁହେଁ ଅଂଚଳରେ ଶାନ୍ତି ସଦଭାବନା ଜାରି ରହୁଛି ଏବଂ ଅଂଚଳର ସମଗ୍ରିକ ବିକାଶ ରେ ସହାୟକ ହେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ । ତିନି ଦିନ ବ୍ୟାପି ଏହି ପ୍ରତିଯୋଗିତାରେ ୧୬ ଗୋଟି ଦଳ ଭାଗ ନେଇଛନ୍ତି ପ୍ରଥମ ଦିନ ଖେଳରେ ସଦେଇ ପାଲି, ସକମା, କୁଟୁମଡୋଳା, ବେଲୁଆମୁଣ୍ଡା, ବୀରମୁଣ୍ଡା , ବରଟିକା ଓ ବିଷ୍ଣୁମୁଣ୍ଡା ଦଳ ନିଜ ନିଜ ଭିତରେ
ପ୍ରତିଯୋଗିତାରେ ସମ୍ମୁଖିନ ହୋଇଥିଲେ । ଆଜିର ଏହି ଉଦ୍ଘାଟନି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ସଞ୍ଜିବ ପ୍ରଧାନ, ଗଜିନ୍ଦ୍ର ପ୍ରଧାନ, ବାଗଦଲ ସୁନା, ପବିତ୍ର କୁମ୍ଭାର, ବିଜୁ ସ୍ୱାଇଁ ମଂଚାସିନ ଥିବା ବେଳେ ବାଗଦଲ ସୁନା, ପ୍ରଫୁଲ୍ଲ ସୁନା, ଗୋପାଳ ସିକ୍କା, ସୁନିଲ ସୁନା, ସୁରେଶ ସୁନା, ଦିପକ ବେହେରା ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ ପ୍ରଦାନ କରିଛନ୍ତି ।