-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
13-Jan-2021
କଣ୍ଟାବାଞ୍ଜି, (ପ୍ରେରଣା ଖବର) :କଣ୍ଟାବାଞ୍ଜୀର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସ୍ଥାନୀୟ ହରିଭବନ ଠାରେ ପାଳିତ ହୋଇଯାଇଛି।ନିର୍ଝରିଣୀର ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଯୋଗ ଗୁରୁ ଫକୀର ବାବା,ମୁଖ୍ୟ ଅତିଥି, ଇଂରାଜୀ ଅଧ୍ୟାପକ ଲୋହିତାକ୍ଷ ଯୋଷୀ,ମୁଖ୍ୟବକ୍ତା,କବି ଡ.ସଞ୍ଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରିଥିଲେ l
ପେନ୍ ଏକାଡେମୀର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।ସଂପାଦକ ବିରଞ୍ଚି ନାରାୟଣ ଦାଶ ସ୍ୱ।ଗତ ଭାଷଣ ଦେଇଥିଲେ।ଆଦର୍ଶ ଶିକ୍ଷିକା ଭାବେ ଶ୍ରୀମତୀ ନିରୁପମା ମିଶ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ବିରଞ୍ଚି ନାରାୟଣ ଦାଶଙ୍କ ଶିଶୁ କବିତା ସଂକଳନ ମମତାର ଗୀତ ଦ୍ବିତୀୟ ସଂସ୍କରଣ ଅତିଥି ମାନଙ୍କ କର କମଳରେ ଉନ୍ମୋଚିତ ହୋଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ନମ୍ରତା ବାଗ,ସ୍ୱ।ଧୀ ପାଣିଗ୍ରାହୀ, ସୌମ୍ୟା ୟାଦବ,ଓ ସଂଗୀତରେ ନୂତନ ବାଗ,ନମ୍ରତା ବାଗ,ଅଙ୍କିତା ବାଗଙ୍କୁ ପୁରସ୍କୃତ କରାଯାଇଥିଲା।ତାପରେ ଉପସ୍ଥିତ କବି କବୟିତ୍ରୀ ସ୍ୱରଚି ଦେଶଭକ୍ତି କବିତା ପାଠ କରିଥିଲେ।କବି ବିଭୁଦତ୍ତ ସାହୁ ମଞ୍ଚ ପରିଚାଳନା ଓ ସହ ସଂପାଦିକା ଅଞ୍ଜଳି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ମମତା ପଣ୍ଡା, ନିର୍ଝରିଣୀ ଦାଶ,ରମେଶ କୁମାର ବାରିକ,ଉମେଶ ବେହେରା, ସମୀର ମହାପାତ୍ର, ମନୋଜ କୁମାର ବାଗ,ଶିବ ପ୍ରସାଦ ଦାଶ,ନରେନ୍ଦ୍ର କୁମାର ସୁନା,ଲୋକେଶ ସିଂହ, ରାଜେନ୍ଦ୍ର ସାହୁ, ପ୍ରେମରାଜ ପାଣିଗ୍ରାହୀ, ନମ୍ରତା ବାଗ,ମୁରଲୀ ଧର କେଡିଆ, କୁଞ୍ଜବିହାରୀ ବେହେରା ସମେତ ଶତାଧିକ ସାହିତ୍ୟ, ସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ।