-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2025
ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ସ୍ଥିତ କଣ୍ଠିପାଳି ଗ୍ରାମରେ ଏକ ବିରଳ ପକ୍ଷୀ କୁ କଣ୍ଠିପାଳି ଗ୍ରାମବାସୀ ଓ ବନ୍ୟପ୍ରାଣୀ ବିଭାଗ ର ମିଳିତ ପ୍ରୟାସ ରେ ଉଦ୍ଧାର କରାଯାଇଛି। ପକ୍ଷୀ ର ହାରାହାରି ଅନୁମାନିକ ଓଜନ ୧୦ ରୁ ୧୨ ହେବ ବୋଲି ଅନୁମାନ କରାଯାଉଛି।ପକ୍ଷୀ କୁ ପ୍ରଥମେ ପ୍ରକାସପୁର ସ୍ଥିତ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା କରି ବନ୍ୟପ୍ରାଣୀ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା। ବହୁ ବିଳମ୍ବରେ ବନ୍ୟ ପ୍ରାଣୀ ଅଧିକାରୀଙ୍କ ଚିକିତ୍ସା ଯୋଗୁଁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିଲା। ରାତ୍ରିକାଳୀନ ତଥା ଜରୁରୀ କାଲିନ ସମୟରେ ପ୍ରାଣୀ ଧନ ଚିକିତ୍ସକଙ୍କ ଅନୁପସ୍ଥିତ ସାଧାରଣ ଜନତା ତଥା ପଶୁପ୍ରେମୀଙ୍କୁ ବ୍ୟଥିତ କରିଛି। ଏ ଦିଗ ରେ ଜିଲ୍ଲା ପ୍ରାଣୀଧନ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହୋଇଛି। ଉଦ୍ଧାର କାର୍ଯ୍ୟରେ ବନବିଭାଗ ର କର୍ମଚାରି ମାନେ ସକ୍ରିୟ ସହଯୋଗ କରିଥିଲେ।