-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ରେ ମହାସମାରୋହରେ ସାଧାରଣତନ୍ତ୍ର ଦିବସ ପାଳିତ-

27-Jan-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା  ସଦର ମହକୁମା ସ୍ଥିତ ରାମେଶ୍ୱର ଷ୍ଟାଡିୟମ ଠାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି I ଶ୍ରୀଯୁକ୍ତ ରବି ନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ , ଓଡିଶା ସରକାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ସକାଳ ୮. ୩୦ମି ସମୟରେ ରାମେଶ୍ଵର  ଷ୍ଟାଡିୟମ୍ ରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମ୍ମିଳିତ ପେରେଡର ଅଭିବାଦନ ଗ୍ରହଣ କରି ସମବେତ ଜନତା ତଥା ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ l ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାମପ୍ରସାଦ ସାହୁ ଦିବସର ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀଙ୍କୁ ଉତ୍ସବସ୍ଥଳରେ ସ୍ୱାଗତ କରିବା ସହ ମଞ୍ଚକୁ ପାଛୋଟି ନେଇଥିଲେ  l ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ସୁବର୍ଣ୍ଣପୁରର ଗୌରବମୟ ଐତିହ୍ୟ, କଳା ସଂସ୍କୃତି ପରମ୍ପରାର ଭୂୟସୀ ପ୍ରଶଂସା କରିବା ସହିତ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଏବଂ ପାଟ, ମଠା ବୟନଶିଳ୍ପ ଜିଲ୍ଲା କୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି  କହିଥିଲେ l  ଜିଲ୍ଲାର ତଥା ଜନସାଧାରଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ  ତରଫରୁ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଷ୍ଟାଡିୟମ୍ ଠାରେ ପରେଡ କମାଣ୍ଡର ଆର ଆଇ, କାହ୍ନୁଚରଣ ମାରାଣ୍ଡିଙ୍କ ତତ୍ୱାବଧାନରେ ସମବେତ ପରେଡ୍ରେ  ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୪୨ଗୋଟି ପେରେଡଦଳ ଅଂଶଗ୍ରହଣ କରିଥିଲେ l  ଜିଲ୍ଲାର ବିଭିନ୍ନ ବିଭାଗର ୧୬ଟି  ଉନ୍ନୟନ ଓ କଲ୍ୟାଣକାରୀ ଯୋଜନା ତଥା ସଚେତନତା ସମ୍ମିଳିତ ପ୍ରଜ୍ଞାପନ ମେଢ଼ର ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା  I  ଜନରାଜ୍ଯ  ଦିବସ ପାଳନ ଅବସରରେ  ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା  ବ୍ୟକ୍ତିବିଶେଷ, ସଂସ୍ଥା , କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ I ପ୍ୟାରେଡରେ  ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏନ ସି ସି,ସ୍କାଉଟ,ଗାଇଡ଼, ରେଡ଼କ୍ରସ, ସିଭିଲିଆନ ଗ୍ରୁପ୍ ରୁ ବିଭିନ୍ନ  ବର୍ଗରେ ୧୨ ଟି  ପେରେଡଦଳଙ୍କୁ  ଟ୍ରଫି ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା I ପରେ ପରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତର ବାବୁପାଲି ଓ ମଧୁପୁର ଠାରେ @ ୮ଲକ୍ଷ ୫୦ ହଜାର ଅର୍ଥ ବିନିଯୋଗରେ ବନ ସୁରକ୍ଷା ସାଙ୍ଗକୁ ନୂତନ ବନୀକରଣର ଉଦେଶ୍ୟରେ ଦୁଇଟି ବନ ସୁରକ୍ଷା ସମିତି କୋଠାର ଲୋକାର୍ପଣ କରିଥିବା ବେଳେ ମୟୁରଉଡାଣ ଗ୍ରାମ ପଞ୍ଚାୟତର ରୁଗୁଡ଼ିପାଲି ଠାରେ ୬ବ୍ଲକ ନିମନ୍ତେ ଏମ ଜି ଏନ ଆର ଇ ଜି ଏ ଯୋଜନାରେ ୯୩ ଗୋଟି ଅମୃତ ସରୋବର ( ପିସି କଲଚର ଟେଙ୍କ ) @ ୧୦ ଲକ୍ଷ ଲେଖାଁଏ ଅନୁଦାନର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ଦ୍ୱାରା ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ୩୬୦୦୦ ପଞ୍ଜିକୃତ ଜବକାର୍ଡଧାରୀ ଉପକୃତ ହେବା ସହିତ ସମ୍ପୃକ୍ତ ଗ୍ରାମପଂଚାୟତ ଗୁଡିକରେ ଅଭ୍ୟନ୍ତରୀଣ ଆୟ (ଓ ଏସ ଆର ) ବୃଦ୍ଧି ହେବ। ପୁନଶ୍ଚ ଏହାଦ୍ୱାରା ସ୍ଥାନୀୟ ଅଂଚଳରେ ୩୨୫୫୦୦ ଶ୍ରମ ଦିବସ ସୃଷ୍ଟି ହୋଇ ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇପାରିବ। ପୁନଶ୍ଚ ସ୍ଥାନୀୟ ଏସ ଏଚ ଜି ଦଳ ଏହି ପୋଖରୀରେ ମାଛ ଚାଷ କରି ଜୀବନ ଜୀବିକାରେ ଏକ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ।ତତ ସହିତ ଏହି ଅମୃତ ସରୋବର ପ୍ରକଳ୍ପ ଦ୍ୱାରା ଭୁତଳ ଜଳସ୍ତର ବୃଦ୍ଧି ହୋଇ ଚାଷ ଓ ଚାଷୀଙ୍କ ନିମନ୍ତେ ବିଶେଷ ସହାୟକ ହେବ ବୋଲି ଅମୃତ ସରୋବର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ବକ୍ତବ୍ୟରେ କହିଥିଲେ। ସେ ଏହି ଅବସରରେ ସରକାରଙ୍କ ଦ୍ୱାରା ବର୍ତ୍ତମାନ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପକ୍କା ଗୃହ ନିମନ୍ତେ ଗୃହହୀନ ପରିବାର ସର୍ଭେ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ଉପସ୍ଥିତ ଜବକାର୍ଡଧାରୀ ତଥା ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ। ଦିବସ ପାଳନ ଅବସରରେ ନାରାୟଣ କୁଷ୍ଠ ସେବାଶ୍ରମ, ସ୍ଥାନୀୟ ଶିଶୁ ଗୃହ, ଉପକାରାଗାରରେ ଅନ୍ତେବାସୀଙ୍କୁ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା ସେହିପରି ପାଣିସିଆଲି ସ୍ଥିତ ଦିବ୍ୟାଙ୍ଗ ବିଦ୍ୟାଳୟର ଅନ୍ତେ ବାସୀଙ୍କୁ ମଧ୍ୟ ମିଷ୍ଟାନ ବଣ୍ଟନ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ନୂତନ ଟାଉନହଲ ଠାରେ ପୁରସ୍କାର ବିତରଣ  ଏବଂ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା l ଏଥିରେ ଗଣତନ୍ତ୍ର ଦିବସ  ପାଇଁ ପୂର୍ବରୁ ଆୟୋଜିତ  ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ  ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରେଷ୍ଠ ବ୍ୟକ୍ତି /ଅନୁଷ୍ଠାନ /କର୍ମଚାରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ପରେପରେ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ  କଳାକାର ପ୍ରମୁଖ ସୁନ୍ଦର ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଦିବସ ପରିପ୍ରେକ୍ଷୀରେ ଆୟୋଜିତ  ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ମଦନଲାଲ ଶର୍ମା, ପ୍ରମୁଖଙ୍କ ସମେତ  ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଉପଜିଲ୍ଲାପାଳ ସୋନପୁର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟି କଲେକ୍ଟର, ସହକାରୀ କଲେକ୍ଟର ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ସମସ୍ତ ବିଭାଗୀୟ ମୁଖ୍ୟ, ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ,ଜିଲ୍ଲା ସ୍ତରୀୟ ସାମ୍ବାଦିକ,ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ଜାତୀୟ ଦିବସ ପାଳନରେ ଉପସ୍ଥିତ ରହିଥିଲେ। ଦିବସର ପ୍ରାତଃ ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପରିବେଷଣ କରାଯାଇଥିବା ବେଳେ ସକାଳ ୭.୩0ମି ସମୟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସହରସ୍ଥିତ  ବିଭିନ୍ନ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ  ପୁଷ୍ପମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଦିବସର ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଆବାସିକ କାର୍ଯ୍ୟାଳୟ ସହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମୃଦ୍ଧ ଜିଲ୍ଲା ଗଠନ ସହ ରାଷ୍ଟ୍ର ଗଠନ ରେ ସମସ୍ତ ଅଧିକାରୀ କର୍ମଚାରୀ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଜାତୀୟତାବାଦରେ ଯୋଡି ହେବାକୁ ଆହ୍ୱାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଦିବସରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସହଯୋଗ ପୂର୍ବକ ସଫଳ କରିଥିବାରୁ ସମସ୍ତଙ୍କୁ ପ୍ରଶାସନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026

You Might Also Like