-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
27-Jan-2025
ଚନ୍ଦନଭାଟୀ(ପ୍ରେରଣା ଖବର): ଚନ୍ଦନଭାଟୀ ପଞ୍ଚାୟତ ଅନ୍ତର୍ଗତ ବଘଲା କୋଶଲ୍ ପଡିଆଠାରେ ସିଦ୍ଧାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ୍ ୧୬ ଟି ଦଲ ଭାଗ ନେଇଥିଲେ ।ଫାଇନାଲ ମ୍ୟାଚ ଚନ୍ଦନଭାଟୀ ଏବଂ ବବଜା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବବଜା ଦଳ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୭ ଟି ୱିକେଟ୍ ହରାଇ ମାତ୍ର ୫୦ ରନ୍ କରି ଥିଲା ଫଳରେ ଚନ୍ଦନଭାଟୀ ଦଳ ୪ ଓଭରରେ ୩ ୱିକେଟ ହରାଇ ମ୍ଯାଚ୍ କୁ ସହଜରେ ଜିତି ନେଇଥିଲା। ଏହି ମ୍ୟାଚରେ ମୂଖ୍ୟ ଅତିଥି ଭାବେ ଚନ୍ଦନଭାଟୀ ଫାଣ୍ଡି ଅଧିକାରୀ ରଂଜିତ ପ୍ରଧାନ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ କବି ରାଜେଶ ଦଣ୍ଡସେନା ଯୋଗ ଦେଇଥିଲେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ସଦରବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ, ରାଜେଶ ତ୍ରିପାଠୀ ଏବଂ ସୁରେନ୍ଦ୍ର ବାଗ ପ୍ରମୁଖ ଯୋଗ ଦେଇ ବିଜୟୀ ଏବଂ ଉପ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରି ଥିଲେ। ଏହି ମ୍ଯାଚ କୁ ଧନଞ୍ଜୟ ମହାକୁର ଏବଂ ନିରାକାର ପଧାନ ଖେଲ ପରିଚାଳନା କରିଥିଲେ। ସ୍କୋରର୍ ଭାବେ ପ୍ରତାପ ସା ଏବଂ ଉଦଘୋଷକ ଅବିନାଶ ମିଶ୍ର ଦାଇତ୍ବ ନେଇ ଥିଲେ। ପ୍ରକାଶ , ବିକାଶ , ଚିମନ, ଅମିତ, ବିଶିକେଶନ ପ୍ରମୁଖ ସହଯୋଗ କରିଥିଲେ।