-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2025
ସୋନପୁର ( ମନୋରଞ୍ଜନ ତ୍ରିପାଠୀ ) ରାଜ୍ୟ ସଭାରେ ଭାରତର ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ରଖା ଯାଇଥିବା ଉତ୍ତର ରେ ୨୦,୧୩,୦୮୧ ଜଣ ପଞ୍ଜୀକୃତ ଆଇନ୍ ଜିଵୀ ଦେଶ ର ବିଭିନ୍ନ ନ୍ୟାୟାଳୟ ରେ କାର୍ଯ୍ୟରତ l ସବୁଠୁ ଆଶ୍ଚର୍ଯ୍ୟ କଥା ସେମାନଙ୍କ ମଧ୍ୟରୁ ୩୩୦୦ ଜଣ ସମ୍ମାନଜନକ AOR (ଏଡଭୋକେଟ୍ ଅଫ ରେକର୍ଡ ) ହାସଲ କରିଛନ୍ତି l ପ୍ରକାଶ ଥାଉ କି ଯେ ସୁବର୍ଣ୍ଣପୁର ଜିଲ୍ଲା ରୁ ପ୍ରଥମ ଥର ଏକ ମାତ୍ର ଆଇନଜୀବୀ ଭାବରେ ଏହି ସମ୍ମାନଜନକ AOR ହାସଲ କରି ଥିବା ଆଇନଜୀବୀ ହେଉଛନ୍ତି କୁମାରୀ ବିଶ୍ୱବାରା ଦାଶ l ଯିଏକି ଉଚ୍ଚ ନ୍ୟାୟାଳୟ ଓଡ଼ିଶା ର ଅବସର ପ୍ରାପ୍ତ ନ୍ୟାୟମୂର୍ତ୍ତି ଶ୍ରୀ ଚିତ୍ତ ରଞ୍ଜନ ଦାଶ ଓ ମାତା ନିବେଦିତା ଦାଶ ଙ୍କ ସୂପୁତ୍ରୀ ଅଟନ୍ତି l ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ରୁ ଏ ସଫଳତା ମିଳିଥିବା ବିଷୟ ସୁଶ୍ରୀ ଦାଶ କହିଛନ୍ତି l ଏ ଖବର ପରେ ଆଇନ ଜିବୀ କୁମାରୀ ଦାଶ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ତଥା ଓଡ଼ିଶା ର ବିଭିନ୍ନ ମହଲ ରୁ ଶୁଭେଛା ସୁଅ ଛୁଟୁଥିବା ଜଣା ଯାଇଛି l