-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
27-Jan-2025
ବଲାଙ୍ଗୀର(ପ୍ରେରଣା ଖବର): ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଈ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅଧ୍ୟାପକ ରୁଦ୍ରଧର ତ୍ରିପାଠୀ, ଚୈତନ୍ୟ ଦଣ୍ଡସେନା,ନିରୂପମା ସାହୁ,ନିଳାଚଳ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅଧ୍ୟକ୍ଷ ଶ୍ରୀ ଭଞ୍ଜ ନାରୀର ସୁରକ୍ଷା ପାଇଁ ସବୁ କ୍ଷେତ୍ରରେ ସଂସ୍କାର ଆବଶ୍ୟକ ଓ ସବୁ ବର୍ଗର ଲୋକ ଏ ଦିଗରେ ସଚେତନ ହେବା ଜରୁରୀ ବୋଲି କହିଥିଲେ।ପ୍ରଶିକ୍ଷିକା ଭାବେ ମାଷ୍ଟର ଟ୍ରେନର ଲିପସା ରାଣୀ ଡାଙ୍ଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କ୍ରୀଡା ଶିକ୍ଷକ ମିତ୍ରଭାନୁ ବିଶ୍ବାଳଙ୍କ ପରିଚାଳନାରେ ପ୍ରଶିକ୍ଷିକା ୩୮ଜଣ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେଇଥିଲେ। ଶେଷରେ ସମସ୍ତ ଶିବିରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।