-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
11-Jan-2025
ବଲାଙ୍ଗୀର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ପାଙ୍କେଲବାହାଲ ଗ୍ରାମରେ ଆଜି ସନ୍ଧ୍ୟା ୯ ଘଣ୍ଟା ସମୟରେ ମା କନ୍ଦେନବୁଢ଼ୀ ମହୋତ୍ସବ ଅନୁଷ୍ଠାନିକ ଭାବରେ ଉଦଘାଟନ ହୋଇଯାଇଛି l ମହୋତ୍ସବ କମିଟି ସଭାପତି ଶ୍ରୀପତି ବାଗ ଙ୍କ ସଭାପତିତ୍ୱ ରେ ପୁଇଁନ୍ତଳା ଥାନା ର ପ୍ରଶାସନିକ ଅଧିକାରୀ ହୀରାଲାଲ ମିଶ୍ର ଏବଂ ଗର୍ଜନ ବାଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପୁଜାର୍ଚନା ପରେ ମହୋତ୍ସବ କୁ ଉଦଘାଟନ କରିଥିଲେ । ଯୁବ ସାମ୍ବାଦିକ ରାଧେଶ୍ୟାମ ହାତୀ ମଞ୍ଚ ପରିଚାଳନା କରିଥିଲେ l ପ୍ରଥମ ସନ୍ଧ୍ୟାରେ ଦେବକୀ ବସୁଦେବ ବିବାହ ,ଉଗ୍ରେସନ ଙ୍କୁ ଗାଦିଚ୍ୟୁତ କରି କଂସ ର ସିଂହାସନ ଆରୋହଣ କୁ ନିଖୁଣ ଭାବରେ କଳାକାର ମାନେ ନିଜ ଚରିତ୍ର ପ୍ରଦର୍ଶନ କରିଥିଲେ । ଉଗ୍ରେସନ ଭୂମିକାରେ ଭାଲେର ଗ୍ରାମର ଶ୍ରୀନିବାସ ପଟେଲ ,କଂସ ଭୂମିକାରେ ଭାଲେର ଗ୍ରାମର ରାଧାକାନ୍ତ ନାଏକ ଅଭିନୟ କରିଥିଲେ । ଏହି ମହୋତ୍ସବ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ହଜାର ହଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି l