-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
09-Jan-2025
(ଡୋଲେଶ୍ୱର ବାଗ )
ନୂଆପଡା ଜିଲ୍ଲା ଖଡିଆଳ ତିଖାଲି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ସମସ୍ୟା ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଆବଶ୍ୟକ ପଦକ୍ଷେପ ନେବା ସହ ଜଳର ଆବଣ୍ଟନ ସୁଚାରୁରୂପେ ସମ୍ପାଦନ ପାଇଁ ତଦନ୍ତ, ତନଖି ଏବଂ ତଦାରଖ କରିବା ଦ୍ଵାରା ଅନେକ ସମସ୍ୟା ସମାଧାନ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ଖଡିଆଳ ବିଧାୟକ ଆଧୀରାଜ ପାଣିଗ୍ରାହୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଂଜୀବ କୁମାର ଭତ୍ରା, ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରୁଆ, ସହକାରୀ ଯନ୍ତ୍ରୀ ସୌରବ କୁମାର ଦାଶ, ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ପାଣି ପଞ୍ଚାୟତ ପ୍ରକଳ୍ପ ସଭାପତି ମଞ୍ଜେଶ ମେହେର, ସମ୍ପାଦକ ମିଳନ ଯାଦବ, ପ୍ରକଳ୍ପ କୋଷାଧ୍ୟକ୍ଷ ମାନବିନ୍ଦ୍ର ସିଂ ବାରିକ, ଶ୍ରୀରାମ ସମଲେନ୍ଦ୍ର ସିଂ ,ମାଁ ଗାୟତ୍ରୀ ଜଳ ଆବଣ୍ଟନ କମିଟି, ଖଡିଆଳ ପାଣିପଞ୍ଚାୟତ ସମ୍ପାଦକ ସୁଶାନ୍ତ କୁମାର ବିଶି, ମନୋଜ କୁମାର ପଟ୍ଟନାୟକ, ରାଧେ ରଣା, ୨୬ ଗୋଟି ପଞ୍ଚାୟତ ର ଚାଷୀ ମାନେ ଯୋଗ ଦେଇଥିଲେ। ଆସନ୍ତା ୧୦ ଦିନ ମଧ୍ୟରେ ବୈଠକ ରେ ହୋଇଥିବା ଅଗ୍ରଗତି ପୁଣି ସମୀକ୍ଷା ପାଇଁ ନିଷ୍ପତି ହୋଇଅଛି। ୟୁଜିପିଏଲ୍ ପ୍ରକଳ୍ପ ଜଲ୍ବନ୍ତନ୍ ସମ୍ପୂର୍ଣ୍ଣ ଫେଳ ମାରୁଥିବା ବେଳେ ଏହାର କାର୍ଯ୍ୟକ୍ଷମ କରିବା,୧୨ ଗୋଟି ଜେସିବି କାର୍ଯ୍ୟ କରିବ