-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
09-Jan-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ନିକଟସ୍ଥ ୩୫୩ ନମ୍ବର ଜାତୀୟ ରାଜପଥ ଚଲାନ ପଡ଼ା ହାଇସ୍କୁଲ ଛକରେ ସଡ଼କ ଦୁର୍ଘଟଣା ହୋଇଅଛି। ଟ୍ରଲି ଏବଂ ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ଅଳ୍ପକେ ବର୍ତ୍ତିଲେ ଦୁଇ ଚାଲକ। ଆଜି ସକାଳ ୧୧ ଘଣ୍ଟା ସମୟ ରେ ଏକ ଟ୍ରାଲି ରାୟପୁର ପଟୁ ଆସୁଥିବା ବେଳେ ବିପରୀତ ଦିଗରୁ ଭାରି ଯାନ ଟ୍ରକ୍ ଆସୁଥିବା ବେଳେ ହାଇସ୍କୁଲ ଛକ ଠାରେ ଦୁଇ ଯାନ ର ଧକ୍କା ହୋଇଥିଲା। ଶକ୍ତ ଧକ୍କା ଯୋଗୁଁ ଦୁଇ ଯାନ ୩୦ ଫୁଟ ଲେଖାଏଁ ପଛ କୁ ଘୁଞ୍ଚି ଯାଇଥିଲେ। ଟ୍ରକ ପଛକୁ ଘୁଞ୍ଚି ଏକ କୁକୁଡ଼ା ଦୋକାନ କୁ ମାଡ଼ି ଯାଇଅଛି। ଗୋଟିଏ ବାଇକ୍ କୁ ମାଡି ଯାଇଅଛି।