-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2025
ତୁଷୁରା,(ପଞ୍ଚାନନ ନାଏକ) ବଲାଙ୍ଗିର ଜିଲ୍ଲା ଗୁଡଭେଳା ବ୍ଲକ ଅନ୍ତର୍ଗତ ସମରା ପଞ୍ଚାୟତ ଅଧିନସ୍ଥ ଲୁର୍କୀ ଗ୍ରାମରେ ୧୪୯ ତମ ଧନୁଯାତ୍ରା ପାଇଁ ଆନୁସଙ୍ଗିକ ଭାବେ ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ପୋଖରୀରେ ପୂଜା ଅର୍ଚ୍ଚନା ପରେ ମହିଳା ମାନେ ଜଳପୂର୍ଣ୍ଣ କଳସ ଧରି ରାଧାକୃଷ୍ଣ ମଣ୍ଡପରେ ସ୍ଥାପନ କରିଥିଲେ। ପୂଜକ ଭାବେ ରାମକୃଷ୍ଣ ପୁରୋହିତ କାର୍ଯ୍ୟ ତୁଲେଇ ବେଳେ କର୍ତ୍ତା ଭାବେ ମନୋଜ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଦୀପ୍ତିମୟୀ ପ୍ରଧାନ କାର୍ଯ୍ୟ ତୁଳାଇ ଥିଲେ । ଏହି ସମୟରେ ଧନୁଯାତ୍ରା କମିଟିର ସଭାପତି ସରୋଜ କୁମାର ପ୍ରଧାନ, ଅର୍ଜୁନ ପ୍ରଧାନ,ଅଭିରାମ ପ୍ରଧାନ,ଆଡ଼କୁ ଭୋଇ ଆଦି ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।