-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
09-Jan-2025
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବେହେରାମାଲ ପଂଚାୟତ କାର୍ଯ୍ୟଲୟ ପରିସରରେ ଗ୍ରାମବାସୀ ଓ ପ୍ରୟାସ ପରିବାର ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ଫିତା କାଟି ଉଦଘାଟନ କରିଥିଲେ ସରପଞ୍ଚ ନରେଶ ପୂଝରୀ ସୋନପୁର ଡାକ୍ତରଖାନା ରୁ ଡାକ୍ତରୀ ଦଳ ଆସି ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ କରି ଥିଲେ। ଏଥେରେ ମୋଟ ୪୫ ଜଣ ପୁରୁଷ ଓ ୧୫ ଜଣ ମହିଳା ରକ୍ତଦାନ କରିଥିଲେ। ବିଶେଷ କରି ଅଧିକ ଯୁବ ଗୋଷ୍ଠୀ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା।
ଡାକ୍ତରଖାନ ରେ ରକ୍ତ ର ଅଭାବ ଯେମିତି ନହୁଏ ସବୁବେଳେ ପ୍ରୟାସ ପରିବାର ବିଭିନ୍ନ ଗ୍ରାମ ରେ ରକ୍ତଦାନ ଶିବିର କରି ଲୋକଙ୍କର ଜୀବନ ବଞ୍ଚାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଶିବିରକୁ ସହଯୋଗ କରିଥିଲେ ଶ୍ୟାମ ପାତ୍ର, ନେରେଶ ପୂଝରୀ, ଖିରୋଦ ପଧାନ, ଭାବଗ୍ରାହୀ ପାଣ୍ଡେ, ରଂଜିତା ବେହେରା, ବିଦ୍ୟାନନ୍ଦ ପଧାନ, ସୁବୋଧ ସାହୁ, ପପୁନ ସାହୁ, ରାଜେଶ ସାହୁ, ତ୍ରିଲୋଚନ ପଧାନ, କ୍ରିତି ପାଣ୍ଡେ, ଅଜିତ ପୂଝରୀ, ସମୀର ପଧାନ, ବୁଲୁ ମେହେର ପ୍ରମୁଖ ସହଯୋଗ କରିଥିଲେ।