-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

ମଠଖାଇ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ନାଟକ ଭିନ୍ନ ଭାବରେ ଜୀବନକୁ ପ୍ରତିଫଳିତ କରୁଛି: ତଥାଗତ ସତପଥୀ

08-Jan-2025



ବଲାଙ୍ଗୀର (ପ୍ରେରଣା ଖବର):

'ଯେହେତୁ ସୁଯୋଗ ମିଳିଲା ତେଣୁ ମୁଁ ଆଉଥରେ ନାଟକ ଦେଖିବାକୁ ଆସିଛି । ନାଟକ ଓ ନୃତ୍ୟ ଭିନ୍ନ ଭାବରେ ଜୀବନକୁ ପ୍ରତିଫଳିତ କରୁଛି । ଆମେ ଯେତେଦିନ ପାଇଁ ପୃଥିବୀକୁ ଆସିଛୁ ଟିକେ ଭାବିବା ଯେ, ଆମେ ଯାହା ଏହି ମାଟିରୁ ନେଇଛୁ କିପରି ତାହା ଫେରେଇପାରିବା । ମାଟିପାଇଁ ଗର୍ବିତ ନହୋଇ ଯଦି ଆମେ କୃତଜ୍ଞ ହେବା ତାହାହେଲେ ଏହା ଆମସମସ୍ତଙ୍କ ମଙ୍ଗଳମୟ ହେବ । ଯେଉଁଭଳି ଭାବରେ ସମସ୍ତ କ୍ଷେତ୍ରରୁ ବାଛି ବାଛି ମଠଖାଇ ସମ୍ମାନ ପ୍ରଦାନ କରୁଛନ୍ତି, ଆପଣଙ୍କ ଏହି ସାଧୁବାଦ ପାଇଁ ଅନେକ ଅନେକ ସାଧୁବାଦ' ।

 ଆଜି ସନ୍ଧ୍ୟାରେ ଭୂମିକା ଅନୁଷ୍ଠାନ ତରଫରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାଟ୍ୟ ସମାରୋହ ମଠଖାଇ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ  ମୁଖ୍ୟ ଅତିଥି ଭାବେ ଯୋଗ  ଏହା କହିଛନ୍ତି ଦୈନିକ  ଖବରକାଗଜ ଧରିତ୍ରୀ ର ସମ୍ପାଦକ ତଥାଗତ ସତପଥୀ l  ସମ୍ମାନିତ ଅତିଥି ଭାବେ 

ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ନିଜ ବକ୍ତବ୍ୟରେ  ବାଲାଙ୍ଗୀରର ସମସ୍ତ ସଂଗଠନ ମିଶି ଏହି ନାଟକ ଆନ୍ଦୋଳନକୁ ଆଗେଇ ନେଉଛନ୍ତି, ଏହା ନିଶ୍ଚିତ ସାଧୁବାଦର ହକଦାର ବୋଲି ମତ ଦେଇଥିଲେ | ଆଜିଯାଏଁ ୮୧ ଟି ନାଟକ ଏହି ମହୋତ୍ସବର ୧୬ ବର୍ଷରେ ନିଜର ଅଭିନୟ ପରିବେଷଣ କରିଛନ୍ତି l ଏହି ମହୋତ୍ସବ ନିଶ୍ଚୟ ନିଜର ଛୋଟ ଛୋଟ ପାହୁଣ୍ଡ ପକେଇ ଆଗକୁ ଯିବ | ଏହା ଦିଆନିଆ ଓ ମିଳାମିଶାର ପର୍ବ l କଳାକାର ସମାଜର ନିଶ୍ଚୟ ଆଗଧାଡିର ବ୍ୟକ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ଶ୍ରୀ ଛୁରିଆ ମତ ରଖିଥିଲେ |  ମଠଖାଇ ମହୋତ୍ସବର ଅଧ୍ୟକ୍ଷ ନରସିଂହ ମିଶ୍ର ମଞ୍ଚାସୀନ ରହି ଉପସ୍ଥିତ ନାଟ୍ୟପ୍ରେମୀ ଓ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l

  ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରଫେସର ମଧୁସୂଦନ ପତି ଯୋଗ ଦେଇ  ମଣିଷ ମଂଚାସୀନ ହେଲେ ମଞ୍ଚାଧୀନ ହୁଏ ବୋଲି କହିଥିଲେ | ୧୬ ବର୍ଷ ଅତିକ୍ରାନ୍ତ କରି ମଠଖାଇ ମହୋତ୍ସବ ଆଜି ଯୁବକ ହେଇଗଲା | ସଂସାରରେ କେହିବି ଅପରିହାର୍ଯ୍ୟ ନୁହେଁ ତେଣୁ ଏହି ମହୋତ୍ସବ ନିଶ୍ଚୟ ଆଗକୁ ଯିବ କେହି ଥାଉ ବା ନଥାଉ | ନାଟକ ପ୍ରଶାନ୍ତି ଓ ପରିତୃପ୍ତି ପ୍ରଦାନ କରେ ବୋଲି ଶ୍ରୀ ପତି କହିଥିଲେ l ଏହି ମହୋତ୍ସବ ବାଲାଙ୍ଗୀରର ସମସ୍ତଙ୍କୁ ଏକାକାର କରିବାରେ ସମର୍ଥ ହୋଇଛି ବୋଲି ଶ୍ରୀ ପତି ଦୋହରାଇ ଥିଲେ |

'ଭୂମିକା' ର ସଭ୍ୟ ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭୂମିକାର ସମ୍ପାଦକ ଅଶୋକ ଦାସ ପ୍ରାରମ୍ଭିକ ଭାଷଣ ଦେଇଥିଲେ l ଆଜିର ମଞ୍ଚକୁ ପ୍ରଖ୍ୟାତ ମଞ୍ଚ କଳାକାର 

ସ୍ଵର୍ଗତ ଗୋପାଳ ସାହୁ (ଏଲି)ଙ୍କ ସ୍ମୃତିରେ  ସମର୍ପିତ କରଯାଇଥିଲା  l ଏହି ଅବସରରେ ଶବ ଦାହକ  ଜୟନ୍ତ ବାଗ ଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଥିଲା l  ଭୂମିକାର ସଭ୍ୟ ଜିତେନ୍ଦ୍ରିୟ ତ୍ରିପାଠୀ ମାନପତ୍ର ପଠନ କରିଥିଲେ  l ବଲାଙ୍ଗୀରର ସଂଜ୍ୟୋତ କଳାକେନ୍ଦ୍ର ଦ୍ଵାରା ପରିବେଷିତ ନୃତ୍ୟ 'ବଜାସାଲ' ବେଶ ଆକର୍ଷଣୀୟ ହୋଇଥିଲା l  ଶେଷରେ ଜାମସେଦପୁରର ଝାରଖଣ୍ଡ ସାଂସ୍କୃତିକ ମଞ୍ଚ ଦ୍ଵାରା ପ୍ରସ୍ତୁତ ତଥା ଶିବଲାଲ ସାଗରଙ୍କ  ନିର୍ଦ୍ଦେଶନାରେ ହିନ୍ଦୀ  ନାଟକ 'ସୂର୍ଯ୍ୟ କେ ଅନ୍ତିମ କିରଣ ସେ ସୂର୍ଯ୍ୟ କେ ପହଲି କିରଣ ତକ' କୁ ଦର୍ଶକ ମାନେ ଉପଭୋଗ କରିଥିଲେ l ଆଜି ପୂର୍ବାହ୍ନରେ  କୋଶଳୀ ନାଟକ 'ଉଲପି'  ର ସମୀକ୍ଷା କରାଯାଇଥିଲା l ଆସନ୍ତାକାଲି  ହେଉଛି ମଠଖାଇ ମହୋତ୍ସବର ଉଦଯାପନୀ ଦିବସ l 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like