-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
07-Jan-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସାଇପାଲି ରାସ୍ତାରେ ଦୀର୍ଘ ଏକ ମାସ ହେବ ଜଣେ ଅଜଣା ବୃଦ୍ଧ ଅନାହାରରେ ଋଗ୍ଣ ଅବସ୍ଥାରେ ଭିକ୍ଷାବୃତ୍ତି କରି ଦିନ କାଟୁଥିଲେ l ଖବର ପାଇଁ ବିଜେପୁର ଜୋନ ୨ର ଜିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ ଏବଂ ଯୁବ ସାମ୍ବାଦିକ ସୁଶାନ୍ତ ସାହୁ ଉକ୍ତ ସ୍ଥାନକୁ ପହଁଞ୍ଚି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମାନ ସରୋଜ ବିଶ୍ୱାଳ, ଅତିରିକ୍ତ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ, ତଥା ବିଜେପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ବିଜେପୁର ସ୍ୱାସ୍ଥକେନ୍ଦ୍ରକୁ ଆଣି ତାଙ୍କର ଆଶୁ ଚିକିତ୍ସା କରିଥିଲେ l ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ ମେହେର ବୃଦ୍ଧାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିରଥିବା ସୂଚନା ଦେଇଛନ୍ତି l ବୃଦ୍ଧା ଜଣକ କହିବା ଅନୁସାରେ ତାଙ୍କ ନାମ ରାଧେଶ୍ୟାମ ମହାନନ୍ଦ ଓ ତାଙ୍କ ଗ୍ରାମ ବରମୁଣ୍ଡା ବୋଲି କହିଛନ୍ତି l ସେ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରୁ ନଥିବାରୁ ତାଙ୍କୁ ଆସନ୍ତା କାଲି ପାର୍ବତୀଗିରି ଵୃଦ୍ଧାଶ୍ରମକୁ ପଠାଯିବାର ବ୍ୟବସ୍ଥା କରାଯାଇଛି