-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ପ୍ରବାସୀ ଓଡ଼ିଆ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

07-Jan-2025



ଭୁବନେଶ୍ବର(ପ୍ରେରଣା ଖବର): ୱାର୍ଲଡ ଓଡ଼ିଶା ସୋସାଇଟି ( ୱାଓସୋ ) ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବୋଚ୍ଚ ସଙ୍ଗଠନ ଅଟେ। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧି, ପ୍ରମୁଖ ପ୍ରବାସୀ ଓଡ଼ିଆ,  ଓଡ଼ିଶା କୈନ୍ଦ୍ରିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ତୁଙ୍ଗ  ନେତୃବର୍ଗ ଏବଂ ଓଡ଼ିଶା ପ୍ରେମୀମାନେ, ଏହି ସଂସ୍ଥାରେ ଅନ୍ତର୍ଭୁକ୍ତ ଅଛନ୍ତି। ଓଡ଼ିଶା ବାହାରେ ବସବାସ କରୁଥିବା ପ୍ରାୟ ଦେଢ଼ କୋଟି ଓଡ଼ିଆଙ୍କର ସର୍ବାଙ୍ଗୀନ କଲ୍ଯାଣ ଓ ସମୂହ ସ୍ଵାର୍ଥ ସାଧନ ଉଦ୍ଦେଶ୍ୟରେ ଏହି ସଙ୍ଗଠନ ସମର୍ପିତ। ଏହି ବୈଶିକ ଅନୁଷ୍ଠାନ ଆନ୍ତର୍ଜାତିକ ଦରବାରରେ ଓଡ଼ିଶାର କଳା, ସଂସ୍କୃତି, ଇତିହାସ, ଐତିହ୍ୟ, ସାହିତ୍ୟ, ଭାଷା, ପର୍ଯ୍ୟଟନ, ପରିପାଟି, ଭାସ୍କର୍ଯ୍ୟ ଓ ବ୍ୟଞ୍ଜନର ପ୍ରଚାର ପ୍ରସାର ପାଇଁ ଅହରହ ଉଦ୍ୟମ କରି ଆସୁଛି l ୱାଓସୋର ପ୍ରମୁଖ ଲକ୍ଷ୍ୟ ହେଲା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଏକ ମଞ୍ଚରେ ଏକଜୁଟ କରି ସେମାନଙ୍କର ଭୌତିକ ଓ ବୌଦ୍ଧିକ ସମ୍ବଳକୁ ମାତୃ ପ୍ରଦେଶ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ସକାଶେ ବିନିଯୋଗ କରିବା। ୱାଓସୋର ସ୍ଵପ୍ନ ଓ ସଙ୍କଳ୍ପ ହେଉଛି, ୨୦୩୬ ମସିହାରେ ଓଡ଼ିଶା ଯେତେବେଳେ ଭାଷା ଭିତ୍ତିକ ସ୍ଵତନ୍ତ୍ର ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ ସେ ସମୟରେ ଆମେ ଏକ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା, ସ୍ଵର୍ଣ୍ଣପ୍ରସୂ ସମୃଦ୍ଧ ଓଡ଼ିଶା ଦେଖିବାକୁ ସକ୍ଷମ ହେବା। ୱାଓସୋର ପ୍ରତିଷ୍ଠା ୨୦୨୧ ମସିହାର ପବିତ୍ର ମକର ସଂକ୍ରାନ୍ତି ତିଥିରେ ହୋଇଥିଲା। ବର୍ତ୍ତମାନ ଚାରି ବର୍ଷ ଅତିକ୍ରାନ୍ତ କରିବା ପରେ ୱାଓସୋ ସାରା ପୃଥିବୀରେ ଏହାର ଉପସ୍ଥିତିକୁ ବହୁ ମାତ୍ରାରେ ବଢ଼ାଇ ପାରିଛି।   ଆରମ୍ଭ ସମୟରେ ଏହା ମାତ୍ର ୨୦ ଟି ରାଷ୍ଟ୍ରକୁ  ନେଇ ଗଠିତ ହୋଇଥିବା ବେଳେ ଏହି ସଙ୍ଗଠନରେ ବର୍ତ୍ତମାନ ୭୨ଟି ରାଷ୍ଟ୍ର ସାମିଲ  ହୋଇଛନ୍ତି ।

ଆସନ୍ତା ଜାନୁୟାରୀ ୧୧ ତାରିଖ ଶନିବାର ଦିନ ପାଞ୍ଚଟା ସମୟଠାରୁ ଭୁବନେଶ୍ବର ସ୍ଥିତ ମେ ଫେୟାର କନଭେନସନର ସେଣ୍ଟ୍ରାଲ ହଲଠାରେ ହାଇବ୍ରିଡ ଢଙ୍ଗରେ ୱାଓସୋର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। ଏହି ସମାରୋହକୁ ପ୍ରବାସୀ ଓଡ଼ିଆ ଦିବସ ନାମରେ ନାମିତ କରାଯାଇଛି। ଏହି ଅବସରରେ 'ଉତ୍କଳ ଉତ୍ସବ' ନାମରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହେବାକୁ ଯାଉଛି। ମହୋତ୍ସବର ଅନ୍ୟତମ ଆକର୍ଷଣ ଭାବରେ 'ରାଇଜିଂ ଓଡ଼ିଶା ସମିଟ' ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ଏହି ମସ୍ତିଷ୍କ ମନ୍ଥନ ଅଧିବେଶନ ଅବସରରେ 'ଓଡ଼ିଶା : ଇନଭେଷ୍ଟରସ ପାରାଡାଇଜ' ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବାକୁ ଯାଉଛି।  ପ୍ରବାସୀ ଓଡ଼ିଆ ଦିବସରେ ଶତାଧିକ ୱାଓସୋର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶା ପ୍ରେମୀ ଜନସାଧାରଣ ଉଭୟ ବାସ୍ତବିକ ଓ ଆଭାସୀ ଢଙ୍ଗରେ ଯୋଗ ଦେବାକୁ ଯାଉଛନ୍ତି। ପ୍ରବାସୀ ଓଡ଼ିଆଙ୍କର ଏହି ମହାକୁମ୍ଭରେ ଓଡ଼ିଶାର ମାନ, ସମ୍ମାନ ଓ ସମୃଦ୍ଧି ବର୍ଦ୍ଧନ ପାଇଁ ବିଶେଷ  ଯୋଗଦାନ ଦେଇଥିବା ବିଶିଷ୍ଟ ଓଡ଼ିଆମାନଙ୍କୁ 'ପ୍ରଥମ ପ୍ରବାସୀ ଓଡ଼ିଆ ସମ୍ମାନ' ଏବଂ ରତ୍ନଶ୍ରୀ ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।  ଏହି ସମାବେଶରେ ଏକ ସ୍ମରଣୀକା ମଧ୍ଯ ଉନ୍ମୋଚନ କରାଯିବ।  

ପ୍ରବାସୀ ଓଡ଼ିଆ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଏହି ମହାପର୍ବରେ ଉଦଘାଟକ ଭାବରେ ସାମିଲ ହେବେ।  ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ଯବକ୍ତାର ଭୂମିକା ନିର୍ବାହ କରିବେ। ଛତିଶଗଡ଼ର ଏକମାତ୍ର ଓଡ଼ିଆ ବିଧାୟକ, ୩୫ ଲକ୍ଷ ଛତିଶଗଡ଼  ନିବାସୀ ଓଡ଼ିଆଙ୍କୁ ନେଇ ଗଠିତ ବୃହତ୍ ଓଡ଼ିଆ ସମାଜର ସଭାପତି ଏବଂ ରାୟପୁର ଠାରେ ଛତିଶଗଡ଼ ରାଜ୍ଯର ସର୍ବୋଚ୍ଚ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ରଙ୍କୁ ପ୍ରଥମ 'ପ୍ରବାସୀ ଓଡ଼ିଆ ସମ୍ମାନ'ରେ ଭୂଷିତ କରାଯିବା ପାଇଁ ମନୋନୟନ କରାଯାଇଛି। ରାଇଜିଂ ଓଡ଼ିଶା ସମିଟରେ ପ୍ୟାନାଲିଷ୍ଟ ଭାବରେ ତପନ ଚାନ୍ଦ, କୁଳମଣି ବିଶ୍ଵାଳ ଏବଂ ସୌଭାଗ୍ୟ ମହାପାତ୍ର ପ୍ରମୁଖ ଯୋଗ ଦେବେ। ବିଶିଷ୍ଟ ଉଦ୍ୟୋଗପତି ବ୍ରହ୍ମା ମିଶ୍ରଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ଏହି ସମିଟକୁ ନୂଆଦିଲ୍ଲୀର ଚାଟାର୍ଡ ଏକାଉଣ୍ଟାଣ୍ଟ୍ ସୁଧୀର ଦାଶ ପରିଚାଳନା କରିବେ। ରାଜ୍ଯର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଇଜିଂ ଓଡ଼ିଶା ସମିତଟକୁ ଉଦଘାଟନ କରିବାକୁ ଥିବା ବେଳେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ, ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ପ୍ରବାସୀ ଓଡ଼ିଆ ଦିବସର 'ଉତ୍କଳ ଉତ୍ସବ'ଶୀର୍ଷକ ଉଦଯାପନୀ ସମାରୋହକୁ ଭାରତୀୟ ଜନତା ପାର୍ଟିର ସଭାପତି ମନମୋହନ ସାମଲ ଉଦଘାଟନ କରିବେ। ରାଜ୍ୟରେ ସହରୀ ବିକାଶ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ପ୍ରଖ୍ୟାତ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ ଓ ସାଥୀ,  ଓଡ଼ିଶାର ନାଇଟଏଙ୍ଗଲ ଅନିନ୍ଦିତା ଦାସ ଏବଂ ଶିଳ୍ପିକା ନୃତ୍ୟ ଟ୍ରୁପ ସେମାନଙ୍କର ଜାଦୁଗରୀ କଳା ଚାତୁର୍ଯ୍ୟରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ ।

ଏଠାକାର ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ଉଦବୋଧନ ଦେଇ ୱାଓସୋର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ କିଶୋର ଦ୍ଵିବେଦୀ ଏହା ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ୱାଓସୋର ଭାରତ ଅଧ୍ୟାୟର ସଭାପତି ଡଃ ବିପିନ ମିଶ୍ର, ଓଡ଼ିଶା ଶାଖାର ସଭାପତି ସନତ ମିଶ୍ର, ଅନ୍ୟ କର୍ମକର୍ତ୍ତା ସୌରେନ୍ଦ୍ର ମହାପାତ୍ର,ପବିତ୍ର ମହାରଥା, ଅଜୟ ମିଶ୍ର , ରୀତା ପାତ୍ର, ଅଭିନ୍ନ ହୋତା , ଦେବବ୍ରତ ପାଣିଗ୍ରାହୀ,କାବେରୀ ବେହେରାଏବଂ ଶ୍ରୀଧର ପରିଡା  ପ୍ରମୁଖ ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ନୂତନ କରି ଗଠନ କରାଯାଇଥିବା ୱାଓସୋର ଓଡ଼ିଶା ଶାଖାର କର୍ମକର୍ତ୍ତା ମାନଙ୍କର ନାମ ଘୋଷଣା କରାଯାଇଥିଲା ।


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like