-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
07-Jan-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକର ‘ଦାନା’ ବାତ୍ୟା ସମୟରେ ରନ୍ଧା ଖାଦ୍ୟ ନାଁରେ ବ୍ୟାପକ ଅର୍ଥ ତୋଷାରପାତ ଓ ଲଚ ଲଗାଣ ବର୍ଷାରେ କ୍ଷୟକ୍ଷତି ଭରଣା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ତହସିଲ ଘେରାଉ କରାଯାଇଥିଲା। ଚାଷୀମାନେ ତହସିଲ ଭିତରେ ବସି ରହି ଜିଲାପାଳ ତୁରନ୍ତ ଆସି ସ୍ତକ୍ଷେପ କରିବାକୁ ଦାବି କରିଥିଲେ। କୃଷକନେତା ନିମାଇ ରାୟଙ୍କ ପ୍ରଶ୍ନରେ ଉପସ୍ଥିତ ତହସିଲ କର୍ମଚାରୀମାନେ ଉତ୍ତର ରଖୁଥିଲେ ଲେ। ଜିଲାପାଳ ବାତ୍ୟା ଜନିତ ରନ୍ଧା ଖାଦ୍ୟ ଘଟଣାରେ ଯଦି ଭିଜିଲାନ୍ସ ତଦନ୍ତ ନକରାନ୍ତି ତେବେ କୃଷକ ସଂଗଠନ
ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲାସେହିପରି କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ ମିଳିବା, ବର୍ଷାରେ କ୍ଷତି ହୋଇଥୁବା ଉଭୟ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତି ପୂରଣ ଦେବା, ଋଣ ଛାଡ କରିବା ଆଦି ଦାବି ଉପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାର କଲୋଳ ମିଶ୍ରଙ୍କ ଜରିଆରେ ଦାବି ପ୍ରଦାନ କରାଯାଇଥିଲା । ଏହି ଘେରାଉରେ ଅନ୍ୟମାନଙ୍କ ମଧ୍ୟରେ ମାଧବାନନ୍ଦ ଶାନ୍ତି, ଅରୁଣ ସାମଲ, ବଲ୍ଲଭ ଜେନା, ମନୋଜ ଦାସ, ମୃତ୍ୟୁଞ୍ଜୟ ପାତ୍ର, ନରହରି ଦାସ, ଚିନୁ ଦାସ ପ୍ରମୁଖ ଶତାଧିକ କୃଷକ ଯୋଗଦେଇଥିଲେ।