-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ବାଦୀବାହାଲ ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଟି ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ ଙ୍କ ତତ୍ୱାବଧାନ ରେ ହୋଇଥିବା ବେଳେ ଏହି ଶିବିର କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଦ୍ଦୁ, ଏବିଡ଼ିଓ ରାଜେନ୍ଦ୍ର ବାବୁ, ଜିପିଓ କିଶୋରଚନ୍ଦ୍ର ମାନସିଂହ, ଏ. ଇ ସିଦ୍ଧାର୍ଥ ପାଢ଼ୀ, ଶିଶୁ ଓ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ବାରିକ, ବିଏସଏସଓ ଆଶା ପଧାନ ଙ୍କ ସମେତ ବ୍ଲକ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ 275 ଅଭିଯୋଗ ପଞ୍ଜିକୃତ ହୋଇଥିବାର ସୂଚନା ମିଳିଛି l