-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ପୁଣ୍ୟ ମାଟି ମୋ ବରଗଡ଼ ର ରେକର୍ଡ଼ିଂ ସମାପ୍ତ

25-Dec-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-କଳା ସାହିତ୍ୟ ସଂସ୍କୃତି ଐତିହ୍ୟ ସମ୍ପନ୍ନର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ ବରଗଡ଼ ଜିଲ୍ଲା। ଏହାର କଳା-ସାହିତ୍ୟ- ସଂସ୍କୃତି ବିଶ୍ବ ବିଦିତ। ଏଇ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ହଟ୍ଟେ ସିଂ,ସ୍ବଭାବ କବି ଗଙ୍ଗାଧର ମେହେର,ସମ୍ବଲପୁରୀ ବସ୍ତ୍ରାଳୟର ପ୍ରତିଷ୍ଠାତା କୃତାର୍ଥ ଆଚାର୍ଯ୍ୟ ପ୍ରଭୃତି ଏ ମାଟିକୁ କରିଛନ୍ତି ଗୌରବାନ୍ବିତ ।  ଭାରତର ସ୍ବାଧୀନତା ସଂଗ୍ରାମକୁ ଏହି ଜିଲ୍ଲାର ଯେତିକି ଅବଦାନ ରହିଛି ଦେଶର କଳା ଓ ସଂସ୍କୃତିକୁ ମହିୟାନ କରିବାରେ ଏ ମାଟିର ଭୂମିକା ବି କିଛି କମ ନୁହେଁ। ବରଗଡ଼ର ଧନୁଯାତ୍ରା ଯେମିତି ପ୍ରସିଦ୍ଧ ଏହାର ସମ୍ବଲପୁରୀ ବସ୍ତ୍ର ସେମିତି ଏ ମାଟିର ସ୍ବାତନ୍ତ୍ରତା ପ୍ରତିପାଦନ କରେ।ବରଗଡ଼ ଜିଲ୍ଲାକୁ ନେଇ ରଚିତ ବହୁ ପରିଚିତ ତଥା ଅନେକ କଣ୍ଠରେ ଗାନ କରାଯାଉଥିବା ବିଶେଷ କରି ଜିଲ୍ଲାର ପ୍ରତିଷ୍ଠା ଦିବସରେ ପ୍ରାରମ୍ଭିକ ସଙ୍ଗୀତ ଭାବେ ଉପସ୍ଥାପିତ ହେଉଥିବା 'ପୁଣ୍ୟ ମାଟି ମୋ ବରଗଡ଼'ର ରେକର୍ଡିଂ ଇତି ମଧ୍ୟରେ ସମାପ୍ତ ହୋଇଯାଇଛି। ସ୍ଥାନୀୟ 'ସପ୍ତକ ଝଙ୍କାର' ଷ୍ଟୁଡିଓ ଦ୍ବାରା ରେକର୍ଡିଂ ହୋଇଥିବା ଏହି ସମ୍ମାନ ଜନକ ସଂଗୀତରେ ବରଗଡ଼ର ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରୁ ରମେଶ ମହାନନ୍ଦ, ରୀନା ଦାଶ, ସନ୍ଦୀପ ମହାପାତ୍ର,ନବ ମହତ୍ତମ, ବୁଦ୍ଧଦେବ ବାରିକ, ମାଳତୀ ପତି, ଅନାମିକା ଆଚାର୍ଯ୍ୟ, ନତାଶା ସିକନ୍ଦର, ସୋମ୍ ପଣ୍ଡା, ଅଂଶିକା ସିକନ୍ଦର, ମୋହନ ସୁନା ଓ ଗୋପାଳ ସାହୁ ପ୍ରମୁଖ କଣ୍ଠଦାନ କରିଛନ୍ତି।  ଗୀତିକାର ଡକ୍ଟର ରବିନାରାୟଣ ସାହୁଙ୍କ ରଚିତ ଏହି ପରିଚିତ ଗୀତଟିକୁ ଗୁରୁଶ୍ରୀ ସନ୍ଦୀପ ମହାପାତ୍ର ସ୍ବର ସଂଯୋଜନା, ନବ ମହତ୍ତମ ସଂଗୀତ ପରିଚାଳନା, ଶିବାୟନୀ ପଣ୍ଡା ପ୍ରଯୋଜନା ଓ ପ୍ରବୀର ପୁରୋହିତ ରେକର୍ଡିଂର ଦାୟିତ୍ଵ ନିର୍ବାହ କରିଛନ୍ତି। ଖୁବ୍ ଶୀଘ୍ର ବରଗଡ଼ର ବିଭିନ୍ନ ଐତିହାସିକ ତଥା ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ସ୍ଥାନମାନଙ୍କରେ ଏହାର ଭିଡିଓ ରେକର୍ଡିଂ କରାଯାଇ ଆସନ୍ତା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସମୟରେ ଏହା ମୁକ୍ତିଲାଭ କରିବ ବୋଲି ପ୍ରଯୋଜିକା ଶ୍ରୀମତୀ ପଣ୍ଡା ଏକ ପ୍ରେସ ବିବୃତିରେ ଉଲ୍ଲେଖ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like