-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ଦିଲ୍ଲୀରେ ପୁଷ୍ପଶ୍ରୀଙ୍କର ସୁମଧୁର ସଙ୍ଗୀତରେ ଶ୍ରୋତା ସ୍ତମ୍ବୀଭୂତ

20-Dec-2024



ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ହାବିଟାଟ ସେଣ୍ଟରର ଷ୍ଟେନ ପ୍ରେକ୍ଷାଳୟରେ ନିକଟରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଡଃ. ପୁଷ୍ପଶ୍ରୀ ମିଶ୍ରଙ୍କର ସୁମଧୁର ସଙ୍ଗୀତରେ ଶ୍ରୋତାମାନେ ସ୍ତମ୍ବୀଭୂତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା।

କିରାନା ଘରାନାର ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ବିଶେଷଜ୍ଞ ଡଃ. ମିଶ୍ରଙ୍କର ଠୁମରି, ଭଜନ ଓ ଗଜଲ ଆଦି ସୁଗମ ଶାସ୍ତ୍ରୀୟ ସଙ୍ଗୀତ ଗାନ କରିବାରେ ନିପୁଣତା ରହିଛି। ମାତ୍ର ପାଞ୍ଚ ବର୍ଷର କୋମଳ ବୟସରୁ ପ୍ରସିଦ୍ଧ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କର ଅଧିନରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରି ଏକୋଇଶ ବର୍ଷ ବୟସରେ ପୁଷ୍ପଶ୍ରୀ ଗନ୍ଧର୍ବ ମହାବିଦ୍ୟାଳୟରୁ ସଙ୍ଗୀତ ଅଳଙ୍କାର ସ୍ନାତକ ଡିଗ୍ରୀ ହାସଲ କରି ପାରିଥିଲେ । ଦେଶର ବହୁ ନାମୀ ଦାମୀ ସଙ୍ଗୀତ ମହାସମାରୋହରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଥିବା, ଡଃ. ମିଶ୍ର ,କଳା ଓ ସଂସ୍କୁତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଅନେକ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି । ବହୁବିଧ ବିରଳ ପ୍ରତିଭାର ଅଧିକାରିଣୀ ଡଃ ମିଶ୍ର ଏବେ ଭାରତ ସରକାରଙ୍କ ଅଧିନରେ ବରିଷ୍ଠ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ରହିଛନ୍ତି। 

ସନ୍ଧ୍ୟାର କାର୍ଯ୍ୟକ୍ରମ କବୀରଙ୍କର ଦୁଇଟି ମର୍ମସ୍ପର୍ଶୀ ଭଜନରୁ ଆରମ୍ଭ ହୋଇଥିଲା। ଗାୟିକାଙ୍କର ସୁନ୍ଦର, ସୁଲଳିତ ଏବଂ ସାବଲୀଳ ଢଙ୍ଗରେ ଗାୟନ,କବୀରଙ୍କ ରଚନାର ପ୍ରତ୍ୟେକ ପଂକ୍ତି ସହିତ ଜଡ଼ିତ ଥିବା ଦାର୍ଶନିକ ଏବଂ ଐଶ୍ବରିକ ଭାବାବେଗକୁ ବେଶ ପ୍ରାଞ୍ଜଳ ଓ ପାରଦର୍ଶିତାର ସହିତ ଅବତାରଣା କରିବାକୁ ସକ୍ଷମ ହୋଇଥିଲା। କବୀରଙ୍କର କବିତାରେ ଧାର୍ମିକ ପରିଧିକୁ ପାର ହୋଇ ଆଧ୍ୟାତ୍ମିକ ଅଲୌକିକତାର ଉଚ୍ଛ୍ଵାସ ସ୍ପଷ୍ଟ ବାରି ହୋଇ ପଡୁଥିଲା । ପରବର୍ତ୍ତୀ ପରିବେଷଣ ବିଖ୍ଯାତ ଭକ୍ତକବି ଦାଶ ନାରାୟଣଙ୍କର କୃଷ୍ଣ ଭଜନ ଥିଲା। ଏଠାରେ ଗାୟିକାଙ୍କର କଣ୍ଠର ଗାମ୍ଭୀର୍ଯ୍ୟ, ଗାୟନର ମାଧୁର୍ଯ୍ୟ ଓ ପ୍ରସ୍ତୁତିର ପ୍ରାଚୁର୍ଯ୍ୟରେ ଶ୍ରୋତାମାନେ ଆତ୍ମହରା ହୋଇ ଭଗବତ ସତ୍ତାର ସ୍ପର୍ଶ ଲାଭ କରୁଥିବା ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା। 

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ମୀରାବାଈଙ୍କର ଭକ୍ତି ସଙ୍ଗୀତ ଥିଲା। ମୀରାଙ୍କର ଗୀତ ମାଧ୍ୟମରେ ଭଗବାନଙ୍କ ପ୍ରତି ସାତ୍ୱିକ ପ୍ରେମ ନିବେଦନ, ଆକୁଳ ପ୍ରାର୍ଥନା ଏବଂ ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ପୁଷ୍ପଶ୍ରୀ ତାଙ୍କର ଗାୟନ ମାଧ୍ୟମରେ ଯେଭଳି ନିଚ୍ଛକ ଓ ଜୀବନ୍ତ ଭାବରେ ପ୍ରଦର୍ଶନ କରିଥିଲେ ,ତାହା ଅନନ୍ୟ  ଓ ଅବିସ୍ମରଣୀୟ ଥିଲା।  ଗାୟିକାଙ୍କର ଜାଦୁଗରୀ ଗାୟନରେ ଉପସ୍ଥିତ ରସିକମାନେ ଅଭିଭୂତ ହେବା ସାଙ୍ଗକୁ ଅନନ୍ତ ଆନନ୍ଦର ଅଜସ୍ର ସ୍ୱାଦ ଆସ୍ବାଦନ କରିବାକୁ ସକ୍ଷମ ହୋଇଥିବା ପରି ଲାଗୁଥିଲା ।

ସମଗ୍ର ଏକ ଘଣ୍ଟାର କାର୍ଯ୍ୟକ୍ରମଟି ଖୁବ ଉଚ୍ଚକୋଟିର ଥିଲା ଏବଂ ପ୍ରତ୍ୟେକ ଉପସ୍ଥାପନର ଶେଷରେ ଦର୍ଶକମାନେ ବିପୁଳ କରତାଳି ସହିତ କଳାକାରଙ୍କୁ ଉତ୍ସାହିତ କରୁଥିବା ଦେଖା ଯାଉଥିଲା। ପୁଷ୍ପଶ୍ରୀଙ୍କର ଗାୟନ ସତେ ଯେପରି ସେଦିନ ଭରପୁର ଷ୍ଟେନ ପ୍ରେକ୍ଷାଳୟରେ ସଙ୍ଗୀତର ପୁଷ୍ପ ବର୍ଷଣ କରି ଚାଲିଥିଲା। ଉଭୟ କଳାପ୍ରେମୀ ଜନସାଧାରଣ ଏବଂ ସଂସ୍କୃତି ସମୀକ୍ଷକ ମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବେଶ ପସନ୍ଦ କରିଥିଲେ ଏବଂ ଡଃ ପୁଷ୍ପଶ୍ରୀ ମିଶ୍ରଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଯନ୍ତ୍ର ସଙ୍ଗୀତରେ ଡଃ. ମିଶ୍ରଙ୍କୁ ସହଯୋଗ କରିଥିବା କଳାକାର ମାନଙ୍କ ମଧ୍ୟରେ ତବଲାରେ ଦିବ୍ୟାଂଶୁ କୁମାର, ହାରମୋନିୟମ ରେ ମୁକେଶ ଭରଦ୍ବାଜ, ବଂଶୀରେ ରାଗ ୟମନ ଓ ମଞ୍ଜିରାରେ ପ୍ରଶାନ୍ତ ବାଭାରିଆ ଅନର୍ଭୂକ୍ତ ଥିଲେ l ସୁଦକ୍ଷ ଉଦଘୋଷିକା, ଅଙ୍କିତା କୁମାରୀ ସମଗ୍ର ଅଧିବେଶନକୁ ଖୁବ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like