-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
19-Dec-2024
ସମ୍ବଲପୁର: ଜମନକିରା ବିଡ଼ିଓ ରବୀନ୍ଦ୍ର ରଣା ଗୁରୁବାର ଫାଶୀମାଲ ଓ ସର୍ଡ଼l ମଣ୍ଡି ପରିଦର୍ଶନ କରିଛନ୍ତି। ମଣ୍ଡିରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଧାନ କିଣା ବିକା ସମ୍ବନ୍ଧରେ ଲ୍ୟାମ୍ପ କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ବର୍ତମାନ ସରକାର ଧାନ କ୍ୟୁଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିବା ବେଳେ ମଣ୍ଡିରେ ଧାନ ସଂଗ୍ରହ ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ସରକାର ଙ୍କ ପକ୍ଷରୁ ବିଗତ ଦିନରେ ନିର୍ଦେଶ ଦିଆଯାଇଥିଲା। ଏହି ପରିପେକ୍ଷୀରେ ବିଡ଼ିଓ ବିଭିନ୍ନ ମଣ୍ଡି ପରିଦର୍ଶନ କରୁଛନ୍ତି ଓ ସେଠାରେ ସମସ୍ୟା ଓ ଅସୁବିଧା ସମ୍ବନ୍ଧରେ ଆଲୋଚନା କରୁଥିବା ନଜରକୁ ଆସୁଛି। ବିଡ଼ିଓ ଙ୍କ ଏଭଳି କାର୍ଯ୍ୟକୁ ଚାଷୀ ମହଲରେ ପ୍ରଶଂସନୀୟ କରାଯାଉଛି। ମଣ୍ଡି ପରିଦର୍ଶନ ସମୟରେ ଅଞ୍ଚଳର ଚାଷୀ, ଲ୍ୟାମ୍ପ କର୍ମଚାରୀ ସମେତ ଜମନକିରା ବ୍ଲକ ଏ.ପି.ଓ ମନୋଜ ଭୋଇ, ଓମ ପ୍ରକାଶ ସାହୁ, ରବୀନ୍ଦ୍ର ନାଥ ସାହୁ, ଡବ୍ଲୁ.ଇ.ଓ ଐଶ୍ୱର୍ଯ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
(ଜମନକିରା ରୁ ନଗମା ବେଗମ ଙ୍କ ରିପୋର୍ଟ(