-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
19-Dec-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗ୍ରାମ ନିକଟରେ ବିଜୁ ଏସ୍କପ୍ରେସ ୱେ ରେ ସଡ଼କ ଦୁର୍ଘଟଣା, ବାଇକ୍ ଆରୋହୀ ଘଟଣା ସ୍ଥଳ ରେ ମୃତ୍ୟୁ। ଦୀର୍ଘ ଦୁଇ ଦିନ ପୂର୍ବ ରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗସ୍ତ ହୋଇ ବିଜୁ ଏକ୍ସପ୍ରେସ ୱେ ରେ ପଡ଼ି ରହିଥିଲା। ଆଜି ଖଇରା ଗ୍ରାମ ର ଜଣେ ଯୁବକ ଦୃତ ଗତି ଆସି ଭାରସାମ୍ୟ ହରାଇ ଟ୍ରକ୍ ର ଇଞ୍ଜିନ ପଟରେ ବାଇକ୍ କୁ ଧକ୍କା ଦେଇଥିଲେ। ଯୁବକ ଜଣଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଅଛି। ମୃତ ଯୁବକ ଜଣକ ଖଇରା ଗ୍ରାମରେ ବିଦ୍ୟାଧର ଦଳ ୨୪ ବର୍ଷ ବୋଲି ଜଣାପଡିଛି। ଏହି ଯୁବକ ଜଣଙ୍କ ମୃତ୍ୟୁ ନେଇ ଆଦିବାସୀ ସଂଘ ପକ୍ଷ ରୁ ବିଜୁ ଏକ୍ସପ୍ରେସ ୱେ କୁ ଅବରୋଧ କରିଥିଲେ। ଯୁବକଙ୍କ ପରିବାର କୁ ୫୦ ହଜାର ଟଙ୍କା ଆର୍ଥିକ ସହଯୋଗ ପରେ ରାଜ୍ୟ ରାଜପଥ ଅବରୋଧ କୁ ପ୍ରତ୍ୟାହୃତ କରିଛନ୍ତି। ବର୍ତ୍ତମାନ ସିମେଣ୍ଟ ବୋଝେଇ ଦୁର୍ଘଟଣା ଟ୍ରକ କୁ ମଧ୍ୟ ଉଦ୍ଧାର କାର୍ଯ୍ୟ ପାଇ କ୍ରେନ୍ ଆସି ରାଜ୍ୟ ରାଜପଥ ରୁ ହଟାଇବା କାର୍ଯ୍ୟ ଜାରି ରହିଅଛି।