-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇ ଆତ୍ମରକ୍ଷା ଓ ବର୍ଣ୍ଣାଳୀ ତାଲିମ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇସାରିଛି।ଏହି ଉଦଯାପନୀ ସଭା ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉପଖଣ୍ଡ ସ୍ତରୀୟ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ନିରୋଜ ଦୋରା,ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଜିତେଶ୍ୱରୀ ଦାସ, ରାଜବୋଡାସମ୍ବର୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶିବ ପ୍ରସାଦ ଯୋଶୀ , ବିଶିକେଶନ ଶତପଥୀ ଓ ରାମ ସିଂ ଭୋଇ, ରଜବୋଡସମ୍ବର ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ସାହୁ,ଜେଣ୍ଡର କର୍ଡିନେଟର୍ ସ୍ୱର୍ଣ୍ଣପ୍ରଭା ପଣ୍ଡା , ବର୍ଣ୍ଣାଳୀ ଟ୍ରେନିଂ ର ଷ୍ଟେଟ କର୍ଡିନେଟର ପ୍ରଜ୍ଞା ପରିମିତା,ରାଜ୍ୟ ସ୍ତରୀୟ ବର୍ଣ୍ଣାଳୀ ସାଧନା କର୍ମୀ ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା ଯୋଗଦାନ କରିଥିଲେ।ଉଭୟ ପ୍ରଶିକ୍ଷଣ ଶିବିରର ପ୍ରଶିକ୍ଷାର୍ଥୀଙ୍କୁ ସର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଉକ୍ତ ତ୍ରିଦିବସୀୟ ତାଲିମ ଶିବିରରେ ବିଦ୍ୟାଳୟରେ ଝିଅ ମାନଙ୍କୁ ଆତ୍ମରକ୍ଷା ତାଲିମ ଦେବା ଓ ଲିଙ୍ଗଗତ ବିଷମତା ଦୂର କରିବା ପାଇଁ
ତାଲିମ ଦିଆଯାଇଥିଲା। ପ୍ରଶିକ୍ଷଣର ଉତ୍ତମ ପରିଚାଳନା ରେ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।ଉକ୍ତ ସଭାକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ରବୀନା ପଧାନ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ପୂଜାରାଣୀ ନାୟକ,ସଂଯୁକ୍ତା ଭୋଇ,ମନିଷା ଭୋଇ,ବୃନ୍ଦାବତୀ ସାହୁ , ଖୁସବୁ ବରିହା ,ଜ୍ୟୋତି ରେଖା ମହାନନ୍ଦ ,ଅମନ୍ କୁମାର ପଣ୍ଡା,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର ,ନିଳୀମା ରାଣୀ ମହାନ୍ତି,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା