-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଚିନାଜୁରୀ ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ମହାଆଡମ୍ବରରେ ଚାଲିଥିବା ମହାଲକ୍ଷ୍ମୀ ପୂଜା ଆଜି ଉଦଯାପିତ ହୋଇଯାଇଛି l ସୋମବାର ଦିନ ମୂର୍ତ୍ତି ବିସର୍ଜନ କରାଯାଇଥିଲା l ଜଳନ୍ଧର ଦରବାରରେ ଅତିଥି ଭାବରେ ସିଆରପିଏଫ ଯବାନ ନରେନ୍ଦ୍ର ଛତର, ସମାଜସେବୀ ବରୁଣ ସୁନା ଓ ରବୀନ୍ଦ୍ର ଦୀପ ଯୋଗ ଦେଇଥିଲେ । ଗତ ୧୧ ତାରିଖରୁ ଚାଲିଥିବା ଏହି କାର୍ଯ୍ୟକ୍ରମରେ କଳସ ଶୋଭଯାତ୍ରା କରି ସ୍ଥାପନ କରାଯାଇଥିଲା l ଗୁରୁବାର ଦିନ ପୂଜା ଆରମ୍ଭ କରାଯାଇଥିଲା l କର୍ତ୍ତା ଭାବରେ ସୁଧାକର ପାଲ ସପତ୍ନିକ ପୂଜାରେ ବସିଥିଲେ l ମୀନାବଜାର ଓ ଜଳନ୍ଧର ଦରବାରକୁ ଡୁଙ୍ଗୁରିପାଲି ଥାନାର ଭାରପ୍ରାପ୍ତ ଥାନାଅଧିକାରୀ ସତ୍ଯ ନାରାୟଣ ପଧାନ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଥିଲେ। ଶୁକ୍ରବାର ଦିନ ସାନନୂଆଁପାଲି ଓ ଗଧାପାଲିର ମହିଳା ସଂକୀର୍ତ୍ତନ ଦଳ ତରଫରୁ ବୈଠକି କରାଯାଇଥିଲା l ଶନିବାର ଦିନ ମହାପ୍ରସାଦ ସେବନ କରାଯିବା ସହିତ ଭାଗ୍ଯଶ୍ରୀ ମହିଳା ଦଣ୍ଡନୃତ୍ୟ ପରିବେଷଣ କରାଯାଇଥିଲା l ଏହି ଦିନର ଅତିଥି ଭାବରେ ପବିତ୍ର ମୋହନ ପାଣ୍ତିଆ, ଦୀନବନ୍ଧୁ ସୁନା, ପ୍ରକାଶ ହାତୀ, ମହାଦେବ ଗଡତ୍ଯା ଓ ସୁଦାମ ସାହୁ ଉପସ୍ଥିତ ଥିଲେ। ରବିବାର ଦିନ ର ଅତିଥି ଭାବରେ ସମାଜସେବୀ ଲକ୍ଷ୍ମଣ ଦଣ୍ଡସେନା ଯୋଗ ଦେଇଥିଲେ । ଅଞ୍ଚଳବାସୀଙ୍କ ସହଯୋଗ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୂଜା କମିଟିର ସଭାପତି ନିତେଇ ପାଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ତପିନ୍ଦ୍ର ସୁନା, ସୁରୁଦୀପ, ରଘୁମଣି ନାଏକ,ବେଣୁଧର ସୁନା, ଖଗେଶ୍ବର ପାଲ,କାହ୍ନୁ ଚରଣ ଛତର, ସୁମନ୍ତ ପାଲ, ହୃଦଯ ସିଂ, ସୁରେଶ ସୁନା, ଯଦୁମଣି ନାଏକ, ବିରୁତ ପାଲ, ଅକ୍ଷୟ ପାଲ, ବେଣୁଧର ସୁନା, ନିଲାମ୍ବର ସୁନା, ଅମୀନ ଦୀପ, ରଶ୍ମିରଞ୍ଜନ ଛତର, ସୁମନ ଦୀପ ଲୋକନାଥ ସୁନା,ପାର୍ଥ ସୁନା,ରୋସନ ସୁନା ଭୋନାଥ ପାଲ ପ୍ରମୁଖ ସହଯୋଗ କରିଥିଲେ।