-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
17-Dec-2024
ବରପାଲି, (ସୁଦାମ ଦୀପ )
ସଂକୁଳ ସ୍ତରୀୟ ବାର୍ଷିକ ଖେଳକୁଦ ସମାରୋହ ସତଲମା ଶିଶୁଵିଦ୍ୟାମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆ ରେ ପରିଚାଳନା ସମିତି ର ସଭାପତି ବନବସ ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ସତଲମା ଗ୍ରାମ ପଂଚାୟତ ର ସରପଞ୍ଚ କଳ୍ପନା ନାଏକ, ଜ଼ିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ସାହୁ, ସମିତି ସଭ୍ୟା ଶାନ୍ତିଲତା ନାଏକ ଯୋଗଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ପେକ୍ସ ସଭାପତି କୁନାଲ ଭୋଇ ଯୋଗଦାନ କରିଥିଲେ l ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ବିବେକାନନ୍ଦ ପଧାନ କରିଥିବା ବେଳେ ସମ୍ପାଦକ ଦୁଷ୍ମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବରେ ବରଗଡ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ରସାନନ୍ଦ ଥପା, ସମ୍ମାନିତ ଅତିଥି ଭାବରେ ଦିନେଶ ସାହୁ, କ୍ଷୀରଜ ସାହୁ, ପିଣ୍ଟୁ ବାରିକ, ଯୋଗଦାନ କରିଥିଲେ l ପରିଶେଷରେ ଅନିଲ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଂକୁଳରେ ମୋଟ 10 ଟି ବିଦ୍ୟାଳୟ ର 230 ଜଣ ଅଂଶ ଗ୍ରହଣ କରିଥିଲେ l