-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
16-Dec-2024
ନର୍ଲା (ଚିନ୍ତାମଣି ନାଏକ )
ଦିନକୁ ଦିନ ନର୍ଲା ଅଞ୍ଚଳରେ ବିଜେଡି ରାଜନୀତି ର ଆଗଧାଡିର ନେତା ଏବଂ ଜିଲ୍ଲା ଖଣି ବିଭଗ ଙ୍କ ଛତ୍ରଛାୟା ତଳେ କୁଖ୍ୟାତ ବାଲି ମାଫିଆ ନିଲେଶ ଅଗ୍ରୱାଲ ଙ୍କ ଦ୍ଵାରା ନର୍ଲା ବ୍ଲକ ରେ ଥିବା ବିଭିନ୍ନ ନଦୀ ଶଯ୍ୟାରୁ ରାତି ଦିନ ବେଧଡକ ଭାବେ ଶହ ଶହ ବାଲି ଚୋରା ଚାଲାଣ କରୁଥିବା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏଭଳି ବିଗତ ଦିନ ମାନଙ୍କରେ ଦେଖିବକୁ ମିଳିଥିଲା ନର୍ଲା ବ୍ଳକ୍ ଧଅ ର।ମାଲ ଗ୍ରାମ ନିକଟରେ ଥିବା ସାନ୍ଦୂଲ୍ ନଦୀ ଶଯ୍ୟାରୁ ବେଆଇନ ଭାବେ ବାଲି ବୋଝେଇ ଏକ ହାଇୱ। ଗାଡ଼ି କୁ ତହସିଲଦାର ଙ୍କ ଦ୍ଵାରା ପ୍ରାୟ ଚାଳିଶି ହାଜର ଟଙ୍କା ବାଲି ମାଫିଆ ନିଲେଶ ଅଗ୍ରୱାଲ ଫାଇନ ଦେଇ ନିଜ ଗାଡ଼ିକୁ ମୁକୁଲାଇ ଥିବା ଜଣାପଡ଼ିଛି , ଗତ ରବିବାର ଦିନ ଶେରଗଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ରାହୁଲ ସାହୁ ଓ ନିଲେଶ ଅଗ୍ରୱାଲ ଙ୍କ ମୁନସି ମଧ୍ୟରେ ଭାଟେଲ ରାସ୍ତା ନିର୍ମାଣ ରେ ବ୍ୟାପକ ଅନିୟମିତତା ଓ ରାସ୍ତା ରେ ପାଣି ଛିଞ୍ଚନ ନ କରିବା ଦ୍ବାରା ସାଧାରଣ ଲୋକ ଶ୍ୱାସ ଜନିତ ରୋଗ ର ସମ୍ମୁଖିନ ହେଉଥିବା କଥାବାର୍ତ୍ତା ବିକାଶ ହେବା ଭିତରେ ସରପଞ୍ଚ ମୁନ ସି ଙ୍କୁ ମାଡ଼ ମାରି ଥିବା ଅଭିଯୋଗ ଥାନାରେ କହୁଛନ୍ତି ଅନ୍ୟପଟେ ସରପଞ୍ଚ ମଧ୍ଯ ମୁନ ସି ମାଡ଼ ମାରି ଥିଲେ ବୋଲି ଅଭିଯୋଗ କରୁଥିବା ବେଳେ ପୁଲିସ ଉଭୟ ପକ୍ଷ ଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି ? ଏ ଭଳି ଭାବରେ ଠିକାଦାର ନିଲେଶ ଅଗ୍ରୱାଲ ସହିତ ଜିଲ୍ଲା ପୁର୍ତ୍ତ ବିଭାଗ ର ପଦସ୍ଥ ଅଧିକାରୀ ଙ୍କ ସଲା ସୁତୁରରେ ଅନିୟମିତତା କରି ଠିକାଦାର ପୋଷାନୀତି କରି ଅଧିକାରୀ ମାନଙ୍କ ପ୍ୟାକେଟ କୁ କୋଟି କୋଟି ଟଙ୍କା ଯାଉଛି ଯାହା ଫଳରେ ଠିକ। ସଂସ୍ଥା କୁ ପ୍ରଚୁର ପରିମାଣ ରେ ଅର୍ଥ ଉପାର୍ଜନ କରୁଥିବା ସାଧାରଣରେ ଅଭିଯୋଗ ହେଉଛି।