-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
14-Dec-2024
ତୁରେକେଲା (କୈଳାସ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗ୍ରାମରେ ୧୪ତମ ମା ମହାଲକ୍ଷ୍ମୀ ପୂଜା ବିସର୍ଜନ ସୁରୁଖୁରୁରେ ପାଳିତ ହୋଇଯାଇଛି। ତିନି ଦିନ ଧରି ମାଁ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ କରାଯାଇଥିଲା। ଗାଁ ର ପ୍ରତ୍ୟେକ ଘରର ସମସ୍ତ ସଦସ୍ୟ ସଦସ୍ୟା ଖୁସିର ସହିତ ଏକ ପାଖରେ ବସି ଭୋଗ ଖାଇଥିଲେ। ଏହି ଅବସରରେ ଗାଁ କମିଟି ସଭାପତି ମୟ ବାଗ କମିଟି ବୃନ୍ଦ ଏବଂ ଗ୍ରାମର ପ୍ରତ୍ୟେକ ସମସ୍ତ ମହିଳା ବୃନ୍ଦ ପ୍ରମୂଖ ଉପସ୍ଥିତ ହୋଇ ସୁରୁଖୁରୁରେ ପୂଜା ବିସର୍ଜନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଗାଁ ର ବହୁ ଯୁବକଯୁବତୀ ଓ ମହିଳା ନାଚ ଗୀତରେ ଝୁମି ଥିଲେ।