-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
14-Dec-2024
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ): ଓଡିଶା ରାଜ୍ୟର ଅନନ୍ୟ ୬୪ ଯୋଗିନୀ ପୀଠ ରାଣୀପୁର ଝରିଆଲ। ଷଷ୍ଠ ରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମିତ ବିସ୍ତୀର୍ଣ୍ଣ ପଥର ଚଟାଣ ଉପରେ ଗଢ଼ିଉଠିଥିବା ମନ୍ଦିର ମାଳିନୀ ତଥା ଦେଶର ପ୍ରାଚୀନ ଐତିହ୍ୟର ବିକାଶ ଓ ଉନ୍ନତି ପାଇଁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ। ତେବେ ଏହି ପରିପ୍ରେକ୍ଷୀରେ ଓଡିଶାରେ ବିଜେପି ସରକାର ଆସିବା ପରେ ତୁରନ୍ତ ୦୬ ଅଗଷ୍ଟ ୨୦୨୪ ରେ ଚିଠି ନମ୍ବର ୬୦୬୦ ରେ ନେସନାଲ ମିସନ ଅନ୍ ପ୍ରସାଦ ସ୍କିମ ଅଫ୍ ମିନିଷ୍ଟ୍ରି ଅଫ ଟ୍ୟୁରିଜିଅମ ଭାରତ ସରକାର ତରଫରୁ ଏକ ଉଚ୍ଚସ୍ତରୀୟ କମିଟି (ଆଇପିଏସି) ଷ୍ଟେଟ ଇଣ୍ଟେଗ୍ରେଟେଡ ପ୍ଲାନ୍ ଏପୃଭାଲ କମିଟି କରି ପିଠର ବିକାଶ ଓ ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ କରି ପଠାଇବାକୁ ଚିଠି ହୋଇଥିଲା। ତେବେ ଚିଠି ହେବାର ଚାରି ମାସ ପରେ ମଧ୍ୟ କୌଣସି ପ୍ରକାର ବୈଠକ ଅନୁଷ୍ଠିତ ହୋଇନଥିବା ଯୋଗୁଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓଡ଼ିଶା ସେକ୍ରେଟାରୀଏଟ ରେ ଏଡିସନାଲ ଚିଫ ସେକ୍ରେଟାରୀ ନିକୁଞ୍ଜ ବିହାରୀ ଧଳ ଙ୍କୁ ଏବଂ ରାଜ୍ୟ ପର୍ଯ୍ୟଟନ ଭବନରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂହ ଙ୍କୁ ଭେଟି ପ୍ରସାଦ ସ୍କିମ ପାଇଁ ତୁରନ୍ତ କମିଟି ବୈଠକ ଡାକି ଆଲୋଚନା ପରେ ଡିପିଆର ପ୍ରସ୍ତୁତ କରି କେମିତି ଶିଘ୍ର ଉନ୍ନତି ଓ ବିକାଶ କରାଯାଇପାରିବ ସେଥିପାଇଁ ପୃଥକ ପୃଥକ ଭାବରେ ଆଲୋଚନା କରିଥିଲେ। ତେବେ ଏଡିସନାଲ ଚିଫ ସେକ୍ରେଟାରୀ ଶ୍ରୀ ଧଳ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସମୟରେ ବିଧାୟକ ଶ୍ରୀ ବାଗ ଓ ମନ୍ଦିର ଟ୍ରଷ୍ଟ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ ଆଲୋଚନା କରିଥିଲେ। ଏବଂ ପର୍ଯ୍ୟଟନ ସଚିବ ଅତି କମ ଦିନ ମଧ୍ୟରେ ନିଜେ ରାଣୀପୁର ଝରିଆଲ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାପରେ ଆଇପିଏସି କମିଟି ବୈଠକ ଡାକି ଡିପିଆର ପ୍ରସ୍ତୁତ କରିବୁ ବୋଲି କହିଥିଲେ। ତେବେ ଏହି ସମୟରେ ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ, ସରପଞ୍ଚ ଭରଦ୍ୱାଜ ଗହୀର, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ସଭାପତି ରଶ୍ମୀ ରଞ୍ଜନ ପୁଟେଲ, ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।