-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ -

05-Dec-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
 ସୁବର୍ଣ୍ଣପୁର ଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟ।ଳୟ ପରିସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । କୃଷି ଜିଲ୍ଲା ଅଧିକାରୀ ବୀରମହାରାଜପୁର ଶ୍ରୀ ଧୀରେନ୍ଦ୍ର ସିଂ ବରିହା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହ୍ଲାଦ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହକାରୀ ନିର୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ହୃଷିକେଶ ଦାସ, ମାର୍କ୍ଫେଡ ଅଧିକାରୀ ଗଣେଶ୍ୱର ମହାପାତ୍ର, ପାରାଦ୍ୱୀପ ପସଫେଟ ଲିମିଟେଡ଼ ଏରିଆ ମ୍ୟାନେଜର ସୁନୀଲ ସାହୁ,କୃଷି ଜିଲ୍ଲା ଅଧିକାରୀ ସୋନପୁର ଘନଶ୍ୟାମ ଦେହୁରୀ, କୃଷି ଜିଲ୍ଲା ଅଧିକାରୀ ଡୁଙ୍ଗୁରିପାଲି ବିପିନ ଉଦଗାତା, ଓ ବକ୍ତା ଭାବେ ଜିଲ୍ଲା କୃଷି ବିଜ୍ଞାନ ଗବେଷଣା କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ଼ଃ ବିଶ୍ୱରଂଜନ ପଟ୍ଟନାୟକ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ  କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଧୀରେନ୍ଦ୍ର ସିଂ ବରିହା ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ବିଶ୍ୱ ମୃତ୍ତିକା ଦିବସ ପାଳନର ତାତ୍ପର୍ଯ୍ୟ, ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ର ଶୀର୍ଷକ ମୃତ୍ତିକାର ଯତ୍ନ : ପରିମାପ, ପର୍ଯ୍ୟବେକ୍ଷକ, ପରିଚାଳନା  ପରିପ୍ରେକ୍ଷୀରେ ମୁଖ୍ୟବକ୍ତା କୃଷି ବିଜ୍ଞାନ ଗବେଷଣା କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ଼ଃ ପଟ୍ଟନାୟକ ବକ୍ତବ୍ୟରେ ମାଟିକୁ ମା ସହିତ ତୁଳନା କରି ଭବିଷ୍ୟତ ପାଇଁ ମାଟିର ଗୁଣାତ୍ମକମାନକୁ ବଜାୟ ରଖିବା ସହିତ, ମାଟିର ଆବଶ୍ୟକ  ଯତ୍ନ  ଏବଂ ଦାୟିତ୍ଵ ଉପରେ ଗୁରୁତ୍ଵାରୋପ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାଏକ ବକ୍ତବ୍ୟରେ ମାଟିର ଉପଯୁକ୍ତ ପରିଚାଳନା ଓ ମାଟିରେ ପରୀକ୍ଷା ଭିତ୍ତିରେ ସାରା ପ୍ରୟୋଗ ଉପରେ ଗୁରୁତ୍ଵ ଆରୋପ କରି ମାଟି ର ଆବଶ୍ୟକ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ବିଶ୍ଵ ମୃତ୍ତିକା ଦିବସ ଉପଲକ୍ଷେ ଶିକ୍ଷା ବିଭାଗ ସହଯୋଗରେ " ମୃତ୍ତିକାର ଯତ୍ନ : ପରିମାପ, ପର୍ଯ୍ୟବେକ୍ଷକ, ପରିଚାଳନା " ଶୀର୍ଷକ ଉପରେ ଅନୁଷ୍ଠିତ ହୋଇଥିବା  ବିଦ୍ୟାଳୟ ସ୍ତରୀୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ପୋଷ୍ଟର ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା  କୃତୀ ଛାତ୍ର ଛାତ୍ରୀଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ୨୦ ଜଣ ଚାଷୀଙ୍କୁ ତାଙ୍କ ନମୁନା ମାଟି ପରୀକ୍ଷା ଭିତ୍ତିରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷି ଏବଂ ଆନୁଷଙ୍ଗିକ ବିଭାଗ ଯଥା ଉଦ୍ୟାନ କୃଷି,ମୃତ୍ତିକା ସଂରକ୍ଷଣ, କୃଷି ବିଜ୍ଞାନ କେନ୍ଦ୍ର (ସୋନପୁର ) , ପ୍ରାଣୀ ସମ୍ପଦ ବିଭାଗ , ମତ୍ସ୍ୟ ବିଭାଗ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷିମାନଙ୍କୁ ଅବଗତ କରିଥିଲେ । ପାରାଦ୍ଵୀପ ଫସଫେଟ ଲିମିଟେଡ , ମିଳେଟ ମିସନ ଏବଂ ମୃତ୍ତିକା ପରୀକ୍ଷାଗାର ଦ୍ଵାରା ଖୋଲାଯାଇଥିବା ଷ୍ଟଲ ରେ ମୃତ୍ତିକା ପରିଚାଳନା ସମ୍ପର୍କିତ ବିଭିନ୍ନ ପ୍ରକାର ଜୈବିକ ଉତ୍ପାଦ ମାଣ୍ଡିଆ, ଯୁଆର, ସୁଆଁ, କୁ୍ଦୋ ତଥା ନାନୋ ଡ଼ିଏପି, ନାନୋ ୟୁରିଆ ପ୍ରଭୁତି ପ୍ରଦର୍ଶିତ କରାଯାଇଥିବା ବେଳେ ମୋବାଇଲ ମୃତ୍ତିକା ପରୀକ୍ଷା ଭ୍ୟାନ ରେ ମୃତ୍ତିକା ପରୀକ୍ଷା ନମୁନା ପ୍ରଦର୍ଶନ  କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀ, ଛାତ୍ର ଛାତ୍ରୀ, ସାମ୍ବାଦିକ ଅଂଶଗ୍ରହଣ କରିଥିଲେ । ମୃତ୍ତିକା ପରୀକ୍ଷାଗାର ସୋନପୁର ର ବୈଷୟିକ ସହାୟକ ଶ୍ରୀ ଅମରେଶ ରାଉତରାୟ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  କୃଷି ବିଭାଗର ମୃତ୍ତିକା ବିଶେଷଜ୍ଞ ସୋନପୁର  ଶ୍ରୀମତୀ ପୁର୍ଣିମା ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026
  ଜିଲ୍ଲା  
ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
*ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   09-Oct-2026
  ଜିଲ୍ଲା  
ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   09-Oct-2026

You Might Also Like