-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
05-Dec-2024
ନୂଆପଡା (ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ କୃଷି ସମବାୟ ସମିତି ତରଫରୁ ଖରିଫ ଋତୁ ର ଧାନ ମଣ୍ଡି ଉଦଘାଟନ ହୋଇଯାଇଛି।ବୋଡ଼େନ ପେକ୍ସ ସଭାପତି ବିପିନ ଧରୁଆ ଙ୍କ ପରିଚାଳିତ ରେ ହୋଇଥିବା ବେଲେ ମୁଖ୍ୟ ଅତିଥି ଭାବେ ବୋଡ଼େନ ବିଡ଼ିଓ ସୁଶାନ୍ତ କୁମାର ରଣା,ତହସିଲଦାର ସରିତା ଗୁପ୍ତ୍ତା ଉପସ୍ଥିତ ହୋଇ ଶୁଭ ଉଦ୍ଘାଟନ କରିଥିଲେ।ପେକ୍ସ୍ ସମ୍ପାଦକ ପ୍ରଜେଶ୍ କୁମାର ହଂସ ଅତିଥି ପରିଚୟ କରି ମଞ୍ଚ ପରିଚାଳନା କରି ଥିଲେ।ଏଥିରେ ଯୋଗାଣ ନିରୀକ୍ଷକ ଆଲୋଜ ପାତ୍ର,ନୋଡାଲ ଅଫିସର ତାରାଚନ ମାଝି,ସମେତ ଡାଟା ଅପରେଟର ଯୋତୀବଲ୍ଲଭ ବାଗ,ଆଲୋକ ବେହେରା, ପ୍ରମୁଖ ଉପସ୍ଥିତ ହୋଇ ସହଯୋଗ କରି ଥିଲେ। ପେକ୍ସ ଡ଼ାରେକ୍ଟ୍ଟର ସଦସ୍ୟ ସହିତ ସ୍ଥାନୀୟ ଗ୍ରାମର ଚାଷୀମାନେ ଉପସ୍ଥିତ ହୋଇଥିଲେ। ଯେଉ ଚାଷୀ ମାନଙ୍କର ଟୋକନ୍ ଆସିଛି ସେମାନେ ଏଫେକ୍ୟୁ ଧାନ ଆଣି ବିକ୍ରି କରି ଲାଭବାନ ହେବା ସଙ୍ଗେ ସମସ୍ତେ ଚାଷୀ ମାନେ ମଣ୍ଡି କେମିତି ଶାନ୍ତି ଶ୍ରୁଖଲା ଭାବେ ଚାଲିବା ହବ ସହଯୋଗ କରନ୍ତୁ ବୋଲି ବୋଡ଼େନ ବିଡ଼ିଓ କହିଥିଲେ।