-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jul-2026)       ||      କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   (08-Jul-2026)       ||      ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||     

HOME   ଜିଲ୍ଲା

ହାତୀ ଦଳିଦେବା ମାମଲା: କଣ୍ଟାବାଞ୍ଜି ରେଞ୍ଜ୍ ରେ ନକଲି ବନକର୍ମଚାରୀ ? ରେଞ୍ଜରଙ୍କ ଜ୍ଞାତସାରରେ ଆଠବର୍ଷ !

05-Dec-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ବଲାଙ୍ଗୀର ବନଖଣ୍ଡର କଣ୍ଟାବାଞ୍ଜି ରେଞ୍ଜ୍ ଲର୍କି ସେକ୍ସନ୍ ରେ ଥିବା ଜଣେ ନକଲି ବନକର୍ମଚାରୀଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ପରେ ଉକ୍ତ ନକଲି ବନକର୍ମଚାରୀ ଜଣଙ୍କର ପ୍ରକୃତ ପରିଚୟ ସାମ୍ନାକୁ ଆସିଛି ।

ଗତ ୨୦ ତାରିଖରେ ଢୋଲମାନ୍ଦଲ ସେକ୍ସନ୍ ଅନ୍ତର୍ଗତ ବାନ୍ଧନପାଲି ଜଙ୍ଗଲ ନିକଟରେ ବନକର୍ମଚାରୀଙ୍କ ସହ ଏକ ବଣୁଆ ଦନ୍ତାହାତୀକୁ ଘଉଡାଉଥିଲା ବେଳେ ଉକ୍ତ ଦନ୍ତାର ଆକ୍ରମଣରେ ଦେଓଗାଁ ଡଙ୍ଗରପଡା ନିବାସୀ ରୂପେଶ ଛତ୍ରିଆ ଗୁରୁତର ଆହତ ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି ହେବାପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ତାଙ୍କୁ ଜଣେ ଗଜସାଥୀ, ବନକର୍ମଚାରୀ ଓ ପରେ ଡିଏଫଓ ସୁଦର୍ଶନ ବେହେରା ତାଙ୍କୁ ଜଣେ ସାଧାରଣ ଲୋକ ବୋଲି ସ୍ପଷ୍ଟ କରିଛନ୍ତି ।  ଜଣାଯାଇଛି ଯେ ସେ ତାଙ୍କ କକାପୁଅ ଭାଇ ଲର୍କିର ଫରେଷ୍ଟର ସୁନୀଲ ଛତ୍ରିଆଙ୍କ ସହିତ ଗତ ପ୍ରାୟ ୮ ବର୍ଷ ହେଲା ସାଙ୍ଗରେ ରହି ଜଙ୍ଗଲରେ ବୁଲିବା ସହିତ ବିଭିନ୍ନ ବନବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଥିଲେ। ଏପରିକି ସେ ନିଜ ହ୍ବାଟ୍ସଅପ୍ ଷ୍ଟାଟସ୍ ରେ ନିଜକୁ ବନକର୍ମଚାରୀ ଭାବରେ ଦର୍ଶାଇ ଆସୁଥିବା ପ୍ରକାଶ। ତେଣୁ ତାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ପରେ ସେ ଜଣେ ବନକର୍ମଚାରୀ ବା ଗଜସାଥୀ ଥିଲେ ବୋଲି ଭ୍ରମ ସୃଷ୍ଟି ହୋଇଥିଲା। ତେବେ ଖୋଦ୍ ଡିଏଫଓ ମଧ୍ୟ ପ୍ରଥମେ ତାଙ୍କୁ ବନକର୍ମଚାରୀ ବୋଲି କହିବା ଓ ପରେ ସେ କୌଣସି ବିଭାଗୀୟ କର୍ମଚାରୀ ନ ଥିବା ଜାଣି କଥା ସୁଧୁରାଇବାରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଏଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ସେ କୌଣସି ବିଭାଗୀୟ କର୍ମଚାରୀ ବା ଗଜସାଥୀ ନଥିବା ଜାଣିଥିଲେ ହେଁ ତାଙ୍କୁ ଦୀର୍ଘ ପ୍ରାୟ ୮ ବର୍ଷକାଳ ବନକର୍ମଚାରୀ ଭାବରେ ଦେଖାଯାଇ ଆସୁଥିବା ନିମନ୍ତେ କିଏ ଦାୟୀ ?  ସେ ନିଜ କକାପୁଅ ଭାଇ ସାଙ୍ଗରେ ରହି ବିଭିନ୍ନ ବନବିଭାଗ କାମରେ ସହଯୋଗୀ ପାଲଟିଥିବା ସହିତ ହାତୀ ଘଉଡାଉଥିବା କାମରେ ନିୟୋଜିତ ହୋଇଥିଲେ ।  ଏକଥା ତାଙ୍କ ଭାଇ ଫରେଷ୍ଟର ସୁନୀଲ ଛତ୍ରିଆ ଓ କଣ୍ଟାବାଞ୍ଜି ରେଞ୍ଜର ସିଦ୍ଧାନ୍ତ ସାହୁ ଭଲଭାବେ ଜାଣି ସୁଦ୍ଧା ତାଙ୍କୁ ଏ ସବୁଥିରେ ଲଗାଇଥିବାରୁ ସେମାନେ ହିଁ ତାଙ୍କର ଏପରି ମୃତ୍ୟୁ ନିମନ୍ତେ କାହିଁକି ଦାୟୀ ନ ହେବେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ?  ସେ ବନବିଭାଗର କେଉଁ କେଉଁ କାମରେ କିଭଳି ନିୟୋଜିତ ରହିଥିଲେ, ତାହାର ତଥ୍ୟପ୍ରମାଣ ଖୋଜି ବାହାର କରିବାକୁ ଡିଏଫଓଙ୍କୁ ଜନସାଧାରଣଙ୍କ ପକ୍ଷରୁ ଦାବି କରା ଯାଇଛି। ଜଣେ ସାଧାରଣଲୋକ ଫରେଷ୍ଟରଙ୍କ ପଛୁଆଳ ପାଲଟି କି କି ବିଭାଗୀୟ ସରକାରୀ କାମ କରୁଥିଲେ ଓ ଏଥିପାଇଁ ଏତେବର୍ଷ ଧରି ତାଙ୍କୁ କିଏ ପାରିଶ୍ରମିକ ଦେଉଥିଲା କି ନାହିଁ, ଏହାର ମଧ୍ୟ ତଦନ୍ତ ଜରୁରୀ। ସର୍ବୋପରି ଡିଏଫଓ ଏତେଦିନ ହେଲା, ତାଙ୍କ ଡିଭିଜନରେ କେଉଁଠି କିଏ କିଏ  ଗଜସାଥୀ ବା କି କି ଦାୟିତ୍ୱରେ ରହିଛନ୍ତି, ନ ଜାଣିବା ଗୁରୁତର ଦାୟିତ୍ୱହୀନତା ନୁହେଁ କି ? ଏଥିପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। 

ବଲାଙ୍ଗୀର ବନଖଣ୍ଡରେ ଇତିମଧ୍ୟରେ ଅଳ୍ପସମୟର ବ୍ୟବଧାନରେ ଏକାଧିକ ବିରଳ ବନ୍ୟପ୍ରାଣୀ ହାତୀଙ୍କର ମୃତ୍ୟୁ ସହିତ ହାତୀ ଆକ୍ରମଣରେ ହାତୀଘଉଡାଇବାରେ ଜଣେ ଅଣତାଲିମପ୍ରାପ୍ତ ସାଧାରଣଲୋକଙ୍କୁ ବିଭାଗୀୟ ଅଧିକାରୀ ମାନେ ନିୟୋଜିତ କରିବାରୁ ତାଙ୍କର ଅମୂଲ୍ୟ ଜୀବନହାନୀ ଘଟିବା ଜଙ୍ଗଲ ବିଭାଗର ଚରମ ବିଶୃଙ୍ଖଳା ବୋଲି ଏଠାରେ ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026
  ରାଜ୍ୟ  
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   08-Jul-2026
  ଜିଲ୍ଲା  
ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   08-Jul-2026
  ଜିଲ୍ଲା  
ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    08-Jul-2026
  ଜିଲ୍ଲା  
ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   08-Jul-2026
  ଜିଲ୍ଲା  
କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   08-Jul-2026
  ଜିଲ୍ଲା  
ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ   08-Jul-2026
  ଜିଲ୍ଲା  
ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ   08-Jul-2026
  ଜିଲ୍ଲା  
ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   08-Jul-2026
  ଜିଲ୍ଲା  
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   08-Jul-2026
  ଜିଲ୍ଲା  
କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   08-Jul-2026

You Might Also Like