-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
03-Dec-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଯୁକ୍ତ ଦୁଇ କଲେଜରେ ରାଧାନାଥ ସାହିତ୍ୟ ସମ୍ପର୍କରେ ଏକ ଆଲୋଚନା ଚକ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧକ୍ଷ ଭୋଳାନାଥ କର୍ମୀ ଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ ସଭା ରେ ଜିଲ୍ଲା ବିଜୁ ପଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ଯୋଗଦେଇ ରାଧାନାଥ ରାୟ ଙ୍କ ଚନ୍ଦ୍ରଭାଗା, ଚିଲିକା, ପାର୍ବତୀ କେଦାରଗୌରୀ, ଆଦି କାବ୍ୟ ସମ୍ପର୍କ ରେ ଆଲୋଚନା କରି ତାଙ୍କୁ କବିବର ଉପାଧି ର ଯୋଗ୍ୟତମ ବ୍ୟକ୍ତି ତଥା ଓଡ଼ିଆ କାବ୍ୟ ର ଯୁଗ ସ୍ରଷ୍ଟା ବୋଲି ଅବିହିତ କରିଥିଲେ। ରମାକାନ୍ତ ପୁରୋହିତ ସଭା ସଂଯୋଜନା କରିଥିବା ବେଳେ ଦେବାଶିଷ ପଧାନ ଅତିଥି ପରିଚୟ ଓ ସ୍ୱlଗତ ଭାଷଣ ଦେଇଥିଲା। ଶେଷରେ ପ୍ରଜ୍ଞା କଳ୍ପିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।ଆଲୋଚନା ଚକ୍ର ରେ ସମସ୍ତ ଛାତ୍ର ଛାତ୍ରୀ ସମେତ ସଞ୍ଜୟ କୁମାର ମେଣ୍ଡିଲି ଅର୍ପିତା ନାଏକ, ମିତା ପଧାନ ଓ ଗୋପାଳ ଭୋଇ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଦିଲୀପ କୁମାର ମେହେର, ଶମ୍ଭୁ ସାହୁ ଓ ହର ସାହୁ ସହଯୋଗ କରିଥିଲେ।