-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||     

HOME   ଜିଲ୍ଲା

ଜଟେସିଂହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

03-Dec-2024



ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା  ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତ୍ରୀପୁରାରୀ  ରଥ  ଆଜି ନିଜର ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି। ୧୯୯୨ ମସିହାରୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ନିଖୁଣ ଭାବରେ ତୁଲାଇ ଛାତ୍ରଛାତ୍ରୀ ତଥା ସହକର୍ମୀ ମାନଙ୍କ ଅତି ପ୍ରିୟ ହୋଇଥିବା ଶ୍ରୀଯୁକ୍ତ ରଥ ଜଣେ ସ୍ନେହୀ ଶିକ୍ଷକ ଭାବରେ ବେଶ ଜଣାଶୁଣା ଥିଲେ। ସକାଳୁ ସମସ୍ତ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରା ବାହାରି ଶ୍ରୀଯୁକ୍ତ ରଥଙ୍କୁ ନଗର ପରିକ୍ରମା କରିବା ସହ  ପ୍ରତ୍ୟେକ ଘର ସମ୍ମୁଖରେ ଫୁଲତୋଳା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦାୟ ପ୍ରଧାନ ଶିକ୍ଷକ  ଶ୍ରୀ ରଥ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତୀଭା ବେଦବାକ ଙ୍କୁ ବିଦ୍ୟାଳୟ ସମସ୍ତ ଦାୟିତ୍ବ ଦେଇ ଶପଥ ପାଠ କରାଇଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ବେଦବାକଙ୍କ ସଭାପତିତ୍ବରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ  ଅତିଥି ଭାବେ  ଜିଲ୍ଲା ଶିକ୍ଷା ଅଧିକାରୀ ଲଷ୍ମଣ ଭୋଇ, ସ୍ୱତନ୍ତ୍ର ଅତିଥି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ,ମୁଖ୍ୟ ବକ୍ତା ରାଜ୍ୟ ପୁରସ୍କାର ପ୍ରlପ୍ତ ପ୍ରଧାନ ଶିକ୍ଷକ ଭୂଷଣ ପାତ୍ର , ବିଦ୍ୟାଳୟର ପୁରାତନ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ପତି, ସମ୍ପାଦକ ଶରତ କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଖୁଜ ପ୍ରଧାନ, ଜିଲ୍ଲା ଓଷ୍ଟା ସମ୍ପାଦକ ସୁଶୀଲ ବିଶି ,ଉକ୍ତ ସ୍କୁଲର ଅବସର  ଶିକ୍ଷକ ଲାଳେନ୍ଦ୍ର ତ୍ରିପାଠୀ , ସ୍ଵର୍ଗତ ସହକାରୀ ଶିକ୍ଷକ ଅଲେଖ ଚନ୍ଦ୍ର ନାଏକଙ୍କ ଧର୍ମ ପତ୍ନୀ,  ବୀରାମହରାଜପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ରଥଙ୍କର ନିଷ୍ଠାପର କର୍ମ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ପ୍ରତିଷ୍ଠା ଦିନରୁ ଆଜି ପର୍ଯ୍ୟନ୍ତ ତାଙ୍କର ବିଦ୍ୟାଳୟ ପ୍ରତି ଅନୁଗତ୍ୟ କୁ ଭୁୟସୀ ପ୍ରସଂଶା କରିଥିଲେ।ବିଦ୍ୟାଳୟ ର ସହକାରୀ ଶିକ୍ଷକ ଗୁରୁଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ନୃତ୍ୟ ଓ ବିଦାୟୀ ସଂଗୀତ ପରିବେଷଣ ହୋଇଥିଲା । ବିଦ୍ୟାଳୟ ଗଠନ ଠାରୁ ଆଜି ପର୍ଯ୍ୟନ୍ତ ହଜାର ହଜାର ଛାତ୍ରଛାତ୍ରୀ ମାନଙ୍କୁ ମଣିଷ କରି ଗଢି ତୋଳିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଛାତ୍ରଛାତ୍ରୀ ମାନେ ବ୍ୟକ୍ତବ ପ୍ରଦାନ କରିଥିଲେ।  ବର୍ତ୍ତମାନ‌ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ପୁରାତନ। ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ଉକ୍ତ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଭା ଶେଷରେ ଶିକ୍ଷକ ରମେଶ ଚନ୍ଦ୍ର ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ ଉପେନ୍ଦ୍ର କୁମାର ସାହୁ, ସଂସ୍କୃତ ଶିକ୍ଷକ ପ୍ରଦିପ କୁମାର ପ୍ରଧାନ, ହିନ୍ଦୀ ଶିକ୍ଷକ ବଲିଆର ବାଦି , କର୍ମଚାରୀ ମଧୁ ସିଂହ ଓ ଧରଣୀଧର ବିଶ୍ଵାଲ ପ୍ରମୁଖ  ସଭାକାର୍ଯ୍ୟ ରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ଡିଜେ, ଦୁଲଦୁଲି ସହ  ବିରାଟ ଶୋଭାଯାତ୍ରା ଶ୍ରୀଯୁକ୍ତ ରଥଙ୍କ ବାସଭବନକୁ ସମସ୍ତ ଛାତ୍ରଛାତ୍ରୀ ମାନେ ପଛେଇ ନେଇଥିଲେ। ଏଥିରେ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026
  ଜିଲ୍ଲା  
ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   10-Oct-2026
  ଜିଲ୍ଲା  
ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ   10-Oct-2026
  ଜିଲ୍ଲା  
ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ   10-Oct-2026
  ଜିଲ୍ଲା  
ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   10-Oct-2026
  ଜିଲ୍ଲା  
ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା   10-Oct-2026
  ଜିଲ୍ଲା  
ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା   10-Oct-2026
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026

You Might Also Like