-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
03-Dec-2024
(ମିହିର ଶଙ୍କର ପାତ୍ର,)
ଘଡାଖୁଣ୍ଟା ପଞ୍ଚାୟତ ଅନ୍ତରଗତ ମାଝୀଗୁଡା ଠାରେ ମା ଭଣ୍ଡାରୁଣୀ ଏସଏସଜି ଗ୍ରୁପ ଓ ହର୍ଷ ଟ୍ରଷ୍ଟର ମିଳିତ ଉଦ୍ୟମରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ବୈଷୟିକ ସହାୟତା ପାଇଁ ଜୈବ ସାଧନ କେନ୍ଦ୍ର ଉଦଘାଟନ ହେଲା।ଏହାର ମୂଳ ଉଦ୍ୟାସ ହେଲା ମହିଳା ଉଦ୍ୟାଗୀ ଅଳ୍ପ ଖର୍ଚ୍ଚରେ କୀଟ ନାଶକ ପ୍ରସ୍ତୁତ କରିପାରିବେ ଏଵଂ ସମସ୍ତେ ପ୍ରାକୃତିକ ଉପାୟରେ ଚାଷ କରିପାରିବେ। ଏଠାରେ ବିଭିନ୍ନ ପ୍ରକାର ଜୈବ କୀଟ ନାଶକ ଔଷଧ ମା ଭଣ୍ଡାରୁଣୀ ଏସଏସଜି ପ୍ରସ୍ତୁତି କରି ଚାଷି ମାନଙ୍କୁ ଜଗାଇଦେବେ। ଆଜିର ଏହି ଉଦଘାଟନ ସମୟରେ ଉପସ୍ଥିତି ଥିଲେ ମୁଖ୍ୟ ଅତିଥି ଘଡାଖୁଣ୍ଟା ସରପଞ୍ଚ ଲୀଲାଡେଇ ଭତ୍ରା,ମୁଖ୍ୟବକ୍ତା ଦୀପକ କିସର ନାୟକ, ସଂମ୍ମାନିତ ଅତିଥି ସମିତି ସଭ୍ୟ ପର୍ଶୁରାମ ଶବର, ଘଡାଖୁଣ୍ଟାଓ ବରିଗାଁ ଏମବିକେ,ଜିପିଏଲଏଫ ସଦର୍ଶ ପ୍ରମ୍ମୁଖ। ଆଜିର କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଲଳିତ, ସୁବର୍ଣ୍ଣ, ରାଜୀବ, କିରନ, ବିମଳା ଏଵଂ ଗ୍ରାମର ମହିଳା ମାନେ।