-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
18-Nov-2024
ବରପାଲି(ସୁଦାମ ଦୀପ): ମୁରଲୀ କ୍ରୀଷ୍ଣା ଫାଉଣ୍ଡେସନ ବରଗଡ ତରଫରୁ ନବ ଦିନାକାକ୍ଷା କେରୀୟର କାଉନସେଲିଂ କାର୍ଯ୍ୟକ୍ରମ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀକୁ ନେ଼ଇ ବରପାଲି ଶାଇ ମନ୍ଦିର ନିକଟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଉଛି l ପ୍ରଥମ ଅଧିବେଶନରେ ବିକାଶ ସାମସିକ ବିଦ୍ୟାଳୟର ଶିକ୍ଷକ ଶିଶିର ପ୍ରସାଦ ରାଓଲଙ୍କ ତତ୍ୟାବଧାନରେ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଦୂତୀୟ ଅଧିବେଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ କ୍ରୀଷ୍ଣା ବିକାଶ ଗ୍ରୁପର ପ୍ରତିଷ୍ଠାତା ଡ଼କ୍ଟର ମୁରଲୀ କ୍ରୀଷ୍ଣା ମା ସମଲେଶ୍ଵରୀଙ୍କ ଫୋଟୁ ଚିତ୍ରରେ ଦୀପ ଦେଇ ପୂଜାର୍ଚ୍ଚନା କରିଥଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ ଗଡତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ବିକାଶ ସାମସିକ ବିଦ୍ୟାଳୟର ସିନିୟର୍ ସେକ୍ରେଟାରୀ ଅଧ୍ୟକ୍ଷ ଚିତ୍ତ ରଂଜନ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ l ଏ ଅବସରରେ ଚେୟାରମେନ ଛାତ୍ର ଛାତ୍ରୀ ମାନଙ୍କୁ କାଉନସେଲିଂ ବିଷୟରେ ନିଜର ମତ ବ୍ୟକ୍ତ ଉପସ୍ଥାପନ କରିଥିଲେ l ଏ ଅବସରରେ ବରପାଲି, ସହଳା ବିଜେପୁର ଓ ଡୁଙ୍ଗୁରିପାଲି ଅଞ୍ଚଳରୁ ଆସିଥିବା ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଏ ଚାରିଗୋଟି ବ୍ଲକର ପ୍ରାୟତଃ ୫୦୦ ଛାତ୍ର ଛାତ୍ରୀ ଯୋଗଦାନ କରି ଥିବାବେଳେ ୪୦ ଗୋଟି ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥି ସହ ଏ ଅଞ୍ଚଳର କଳା, ଶିକ୍ଷା, କ୍ରୀଡା, ନୃତ୍ୟ, ସାହିତ୍ୟ, ସଂସ୍କୃତି, ବିଭିନ୍ନ ବର୍ଗର ବ୍ୟକ୍ତିତ୍ୟକୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଅନୁଷ୍ଠାନର ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ। କରିଥିବା ପୁରାତନ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ପରିଶେଷରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ ଧନ୍ୟବାଦ ଦେଇଥିଲେ l